www.samajalive.in
Thursday, December 11, 2025
27.1 C
Bhubaneswar

ଯୌନ ଶୋଷଣ ଅଭିଯୋଗରେ କେନ୍ଦ୍ରାପଡା-କୋଅପରେଟିଭ୍ ସୋସାଇଟ ସଭାପତି ପ୍ରମୋଦ ସାହୁଙ୍କୁ ଉଠାଇ ନେଲା ପୁଲିସ

କେନ୍ଦ୍ରାପଡା: କର୍ମକ୍ଷେତ୍ରରେ ଯୌନ ଶୋଷଣ ଭଳି ସଂଗୀନ ଅଭିଯୋଗରେ ଛନ୍ଦି ହୋଇପଡ଼ିଥିବା କେନ୍ଦ୍ରାପଡ଼ା କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି ସଭାପତି ପ୍ରମୋଦ କୁମାର ସାହୁଙ୍କୁ ଉଠାଇ ନେଇଛି କେନ୍ଦ୍ରାପଡା ପୁଲିସ୍ । ଗତକାଲି ରାତି ପ୍ରାୟ ୧୧ଟା ସମୟରେ ପ୍ରମୋଦଙ୍କୁ ତାଙ୍କ ବଣିଆମାଳସ୍ଥିତ ବାସଭବନରୁ ଉଠାଇ ନେଇଛି ପୁଲିସ। ପ୍ରମୋଦ ସାହୁଙ୍କୁ ଉଠାଇ ଆଣି  ପଚରାଉଚୁରା କରୁଛି ପୁଲିସ । କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ପ୍ରମୋଦ ସାହୁ ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା । କେଳେଙ୍କାରୀର ଅଡିଓ ଟେପ୍ ମଧ୍ୟ ସାମ୍ନାକୁ ଆସିଥିଲା। ଯେଉଁଥିରେ ଜଣାପଡୁଛି ନିଜର ଯୌନ ଅଭିଳାଶ ମେଣ୍ଟାଇବା ପାଇଁ କୋଅପରେଟିଭ୍ ସୋସାଇଟିର ସଭାପତିଙ୍କ କେଳେଙ୍କାରୀର କାହାଣୀ । ତେବେ ଏହି ଯୌନ ଶୋଷଣ ଅଭିଯୋଗ ପୀଡିତା ୬ ମାସ ତଳେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ବୋଲି ପୀଡିତା ଅଭିଯୋଗ କରିଛନ୍ତି। ନ୍ୟାୟ ପାଇଁ ପୀଡିତା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବା ପରେ ମାମଲାର ତଦନ୍ତ ଭାର ଲୋକାଲ କଂପ୍ଲେଂଟ୍ କମିଟିକୁ ଦିଆଯାଇଛି । ତେବେ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ତପରତା ଦେଖାଇ ଅଭିଯୁକ୍ତଙ୍କ ସହ ପୀଡିତାଙ୍କ ହୋଇଥିବା ବାର୍ତାଳାପର ଅଡିଓ ଟେପ ଯାଞ୍ଚ ପାଇଁ ଫରେନସିକ୍ ଲାବକୁ ପଠାଇଛି।

ଏଠାରେ ସୂଚନାଯୋଗ୍ୟ କେନ୍ଦ୍ରାପଡାରେ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟିର ସଭାପତି ମହିଳା କର୍ମଚାରୀଙ୍କୁ ଯୌନଶୋଷଣ କରିଥିବା ନେଇ ସାଂଘାତିକ ଅଭିଯୋଗ ଆସିଥିଲା। ସଭାପତି ପ୍ରମୋଦ ସାହୁ ମୋବାଇଲ ଶିଖିବା ବାହାନାରେ ମହିଳା କର୍ମଚାରୀ ଜଣଙ୍କୁ ତାଙ୍କ ଚାମ୍ବରକୁ ବାରମ୍ବାର ଡାକି ତାଙ୍କୁ ବିଭିନ୍ନ ଉପାୟରେ ପ୍ରଲୋଭିତ କରୁଥିଲେ। ତାଙ୍କ ଶରୀରର ବିଭିନ୍ନ ସମ୍ବେଦନଶୀଳ ଅଙ୍ଗରେ ହାତ ମାରିବା ସହ ନିଜର ଯୌନ ଲୋଭକୁ ମେଣ୍ଟାଇବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ପୀଡିତା ଯୁବତୀଙ୍କୁ ବିଭିନ୍ନ ସମୟରେ କଲ୍ କରିବା ସହ ରାତ୍ରୀ ସମୟରେ ଭିଡିଓ କଲ୍ ରେ କଥା ହେବା ପାଇଁ କହୁଥିଲେ। ତାଙ୍କ କଥାରେ ରାଜି କରିବା ପାଇଁ ମହିଳାଙ୍କୁ ସ୍କୁଟି ଅଫର କରୁଥିଲେ ପ୍ରମୋଦ। ଯୁବତୀ ଜଣଙ୍କ ତାଙ୍କ କଥାରେ ରାଜି ନହେବାରୁ ବିଭିନ୍ନ ଉପାୟରେ ଧମକ ମଧ୍ୟ ଦେଉଥିଲେ ବୋଲି ପୀଡିତା ଅଭିଯୋଗ କରିଛନ୍ତି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories