ଯାଜପୁର: ଯାଜପୁର ସୁକିନ୍ଦା ନିର୍ବାଚନୀ ମଣ୍ଡଳୀର ୮ ନଂ ଜୋନ ଜିଲାପରିଷଦ ସଦସ୍ୟ ପଦବୀ ପାଇଁ ଆସନ୍ତା ୨୭ ତାରିଖ ଦିନ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ବିଜେପି ପ୍ରାର୍ଥୀ ଭାବେ ପ୍ରତାପ କୁମାର ଧୀର ଓ କଂଗ୍ରେସ ପ୍ରାର୍ଥୀ ଭାବେ ପ୍ରଭାତ କୁମାର ସାମନ୍ତ ଉପଜିଲାପାଳଙ୍କ ନିକଟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତଶୁକ୍ରବାର ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ମହାନ୍ତି ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ଜୋନ ସଭ୍ୟଥିବା ପ୍ରତାପ ଧୀର ନିଜ ପଦବୀରୁ ଇସ୍ତଫା ଦେବା ପରେ ଜିଲାପରିଷଦ ସଦସ୍ୟ ପଦବୀ ଖାଲି ପଡ଼ିଥିଲା। ଗତ ନିର୍ବାଚନରେ ଏହି ଆସନଟି ବିଜେଡ଼ି ହାତକୁ ଯାଇଥିବା ବେଳେ ଏଥର ବିରୋଧୀ କଂଗ୍ରେସ ଓ ବିଜେପି ଆସନଟିକୁ ହାତେଇବେ ବୋଲି ଆଶାବାଦୀ ରହିଛନ୍ତି।
Popular Categories



