www.samajalive.in
Tuesday, December 9, 2025
17.1 C
Bhubaneswar

କଳସ ସହ ଜଡ଼ିତ ବିଶେଷ ମହତ୍ତ୍ୱ

ହିନ୍ଦୁ ଧର୍ମରେ ଯେକୌଣସି ପୂଜା-ପାଠ ସମୟରେ କଳସ ସ୍ଥାପନ କରିବାର ବିଧି ରହିଛି। କଳସର ସ୍ଥାପନ ବିନା ପୂଜା ସମ୍ପୂର୍ଣ୍ଣ ହୋଇନଥାଏ। କଳସ ସହ ଜଡ଼ିତ ବିଶେଷ ମହତ୍ତ୍ୱ ବିଷୟରେ ଜାଣନ୍ତୁ ….
ତ୍ରେତୟା ଯୁଗରେ ରାଜା ଜନକ ଯେଉଁ ସମୟରେ କ୍ଷେତରେ ହଳ କରିବା ସମୟରେ ଭୂମି ଭିତରେ ଏହା ଏକ କଳସ ସହ ବାଜି ଥିଲା। ରାଜା କଳସକୁ ବାହାର କରିବା ପରେ ସେଥିରୁ ତାଙ୍କୁ କନ୍ୟା ପ୍ରାପ୍ତି ହୋଇଥିଲେ। ଯାହାକୁ ଆମେ ମା’ସୀତା ବୋଲି ଜାଣୁ। ଏତଦ ବ୍ୟତୀତ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ବାହାରି ଥିଲା। ମା’ଲକ୍ଷ୍ମୀଙ୍କ ସମସ୍ତ ମୂର୍ତ୍ତି ବା ଫଟୋରେ କଳସ ନିଶ୍ଚୟ ରହିଥାଏ। ତେଣୁ କଳସ ସ୍ଥାପନ କରିବାରେ ପରମ୍ପରା ବହୁ ଯୁଗରୁ ଆରମ୍ଭ ହୋଇଛି।
ଯେଉଁ ସମୟରେ ପୂଜାରେ କଳସ ସ୍ଥାପନ କରାଯାଏ, ସେଥିରେ ତ୍ରିଦେବଙ୍କ ଶକ୍ତି ବିରାଜମାନ କରିଥାଏ ବୋଲି ମାନ୍ୟତା ରହିଛି। ତେଣୁ ସମସ୍ତ ଶୁଭ କାର୍ଯ୍ୟରେ କଳସ ସ୍ଥାପନ କରାଯାଏ।
କଳସକୁ ପ୍ରଭୁ ଗଣେଶଙ୍କ ସ୍ୱରୂପ ବୋଲି କୁହାଯାଏ। ଗଣେଶ ଅଗ୍ରପୂଜ୍ୟ ହୋଇଥିବାରୁ ଯେକୌଣସି ପୂଜାରେ ପ୍ରଥମେ ଗଣେଶଙ୍କୁ ପୂଜା କରିବାର ପରମ୍ପରା ରହିଛି।
ପୂଜାରେ ସୁନା, ଚାନ୍ଦି, ମାଟି , ତମ୍ବା ଆଦିର କଳସ ରଖି ପାରିବେ। ମାତ୍ର ଲୁହାର କଳସ ସ୍ଥାପନ କରିବେ ନାହିଁ। କଳସକୁ ଲାଲ ରଙ୍ଗ କପଡ଼ା, ନଡ଼ିଆ, ଆମ୍ବ ପତ୍ର , ଚାଉଳ ଆଦି ରଖି ସ୍ଥାପନ କରନ୍ତୁ।
କଳସରେ ଜଳ, ଦୁବ, ଚନ୍ଦନ, ପଞ୍ଚାମୃତ, ଗୁଆ, ହଳଦୀ, ଚାଉଳ, ଟଙ୍କା, ଲବଙ୍ଗ, ଗୁଜୁରାତି, ପାନ, ଆଦି ଶୁଭଦ୍ରବ୍ୟ ରଖନ୍ତୁ। ଏହାପରେ ପୂଜା ଆରମ୍ଭ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories