www.samajalive.in
Friday, December 12, 2025
19.1 C
Bhubaneswar

ଗୁଣିଗାରେଡ଼ି ମାମଲା ; ୬ ଜଣକୁ ଆଜୀବନ ଜେଲ୍‌

ଚମ୍ପୁଆ :ଚମ୍ପୁଆ ଉପଖଣ୍ଡସ୍ଥ ଯୋଡା ଥାନା ଅନ୍ତର୍ଗତ ଲହଣ୍ଡା ଗ୍ରାମରେ ୫ ବର୍ଷ ତଳେ ଗୁଣିଗାରେଡି ସନ୍ଦେହରେ ଏକ ମର୍ମଦୁନ୍ତ ହତ୍ୟାକାଣ୍ଡର ରାୟ ପ୍ରକାଶ ପାଇଛି। ଚମ୍ପୁଆ ଅତିରିକ୍ତ ଜିଲା ଦୌରାଜଜ୍‍ ଶ୍ରୀ ଦଳଗୋବିନ୍ଦ ବାରିକ ୨୪ଜଣ ସାଖିଙ୍କ ବୟାନକୁ ଭିତିକରି ଏହି ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ସରକାରଙ୍କ ଫକ୍ଷରୁ ଆଇନଜୀବି ଗୋପାଳ ପରିଡା ଏବଂ ମଧୁସୂଦନ ପତି ଏହି ମାମଲା ପରିଚାଳନା କରୁଥିଲେ। ସୂଚନାରୁ ଜଣାପଡିଛି ଯେ ତା ୧୩/୭/୨୦୧୫ ମସିହାରେ ଲହଣ୍ଡା ଗ୍ରାମରେ ଘଟିଥିଲା ଏହି ଲୋମହର୍ଶଣ କାରୀ ହତ୍ୟାକାଣ୍ଡ। ଗୁଣିଗାରେଡି ସନ୍ଦେହରେ ଉଜୁଡିଯାଇଥିଲା ଗୁରା ମୁଣ୍ଡାର ପରିବାର।ଏହି ଚାଚଂଲ୍ୟକର ହତ୍ୟାକାଣ୍ଡରେ ଗୋଟିଏ ପରିବାରର ୬ ଜଣଙ୍କୁ ନିର୍ମମ ହତ୍ୟାକରାଯାଇଥିଲା।ଏହି ଘଟଣା ଓଡିଶାବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଆସାମୀ ମାନଙ୍କ ମଧ୍ୟରେ ହତ୍ୟା ଅପରାଧ ମାମଲାରେ ମାନା ମୁଣ୍ଡା(୩୦), ବାଗୁନ ମୁଣ୍ଡା(୩୨), ଉମା ମୁଣ୍ଡା(୩୨), ତୁମ୍ବା ମୁଣ୍ଡା(୩୦), ରତ୍ନା ମୁଣ୍ଡା(୩୮) ଓ ଇଶ୍ୱର ମୁଣ୍ଡା(୨୩)ଙ୍କୁ ଦଫା ୩୦୨ରେ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ଏକ ମାତ୍ର ମହିଳା ଅପରାଧି ପାଣ୍ଡ୍ରି ମୁଣ୍ଡାକୁ ଉଇଚ ହଣ୍ଟିଂ ଅପରାଧରେ ୩ ବର୍ଷ କାରାଦଣ୍ଡ ଶହ ୫ ହଜାର ଟଙ୍କା ଜରିମାନା ଆଦେଶ ପ୍ରଦାନ କରିଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ କାରାଦଣ୍ଡ ଭୋଗ କରିବାକୁ ପଡିବ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories