www.samajalive.in
Tuesday, December 9, 2025
16.1 C
Bhubaneswar

ସର୍ଦ୍ଦାର ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀର ୧ ନମ୍ବର ରାଷ୍ଟ୍ର ହୋଇପାରିଥାନ୍ତା : ଧର୍ମେନ୍ଦ୍ର ପ୍ରଧାନ

-“ଷ୍ଟାଚ୍ୟୁ ଅଫ୍‍ ୟୁନିଟି” ସର୍ଦ୍ଦାରଙ୍କୁ ମୋଦିଙ୍କ ସର୍ବଶ୍ରେଷ୍ଠ ସମ୍ମାନ
-ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଲେ
-ସର୍ଦ୍ଦାରଙ୍କ ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତି ତିଆରି କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ-ଶ୍ରେଷ୍ଠ ଭାରତ ସଂକଳ୍ପର ଆହ୍ୱାନ କରିଛନ୍ତି ମୋଦୀ
-ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବରେ ସର୍ଦ୍ଦାର ପଟେଲଙ୍କର ସହ ଦୃଢତାର ସହ ଠିଆ ହୋଇଥିଲା
-ଧାରା ୩୭୦ ଓ ୩୫ (କ) ଉଚ୍ଛେଦ କରି ଭାରତବର୍ଷର ଐତିହାସିକ ଭୁଲକୁ ଠିକ୍‍ କରିଛନ୍ତି ମୋଦୀ

ଭୁବନେଶ୍ୱର :  ଦେଶର ଲୌହ ମାନବସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍‍ ଫର୍‍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ଠାରେ ମଧ୍ୟ ପତକା ଉଡାଇ ଓଡିଶାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

- Advertisement -
Image credit : PIB

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ସମ୍ଭବତଃ ଭାରତ ପୃଥିବୀର ମହାଶକ୍ତି ହୋଇସାରନ୍ତାଣି। ଯେଉଁ ସର୍ଦ୍ଦାରଙ୍କ କାରଣରୁ ଦେଶରେ କୃଷି, ସମବାୟ, ସୁରକ୍ଷା ଓ ପ୍ରଶାସନ ଦ୍ୱାରା ଏକ ଲୌହ ଢାଂଚା ତିଆରି କରାଯାଇ ପାରିଥିଲା ସେହି ସର୍ଦ୍ଦାରଙ୍କୁ ଦେଶ ମନେ ପକାଇନଥିଲା। ମାତ୍ର ଆଜି ଦେଶରେ ତାଙ୍କ ଜୟନ୍ତୀ ଅର୍ଥାତ୍‍ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାରଙ୍କ ପୃଥିବୀର ସବୁଠୁ ଉଚ୍ଚ ପ୍ରତିମୂର୍ତି “ଷ୍ଟାଚ୍ୟୁ ଅଫ୍‍ ୟୁନିଟି” ସ୍ଥାପନା କରି ଦେଶର ନାଗରିକମାନଙ୍କ ମଧ୍ୟରେ ଏକ ଭାରତ, ଶ୍ରେଷ୍ଠ ଭାରତ ସଂକଳ୍ପନାର ଆହ୍ୱାନ କରି
ସର୍ଦ୍ଦାରଙ୍କୁ ସର୍ବଶ୍ରେଷ୍ଠ ସମ୍ମାନ ଦେଇଛନ୍ତି ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ନୀଳଗିରି ମଧ୍ୟ ସର୍ଦ୍ଦାର ପଟେଲଙ୍କର ସହ ଦୃଢତାର ସହ ଠିଆ ହୋଇଥିଲା। ଦେଶର ପ୍ରଥମ ଦେଶୀୟ ରାଜ୍ୟ ଭାବେ ଓଡିଶାରେ ବାଲେଶ୍ୱରର ନୀଳଗିରି ସର୍ବଭୌମ ଭାରତର ଅଂଶ ହୋଇଥିଲା। ଯୁଦ୍ଧ ଜାହାଜ ଆଇଏନଏସ ନୀଳଗିରି ତାହାର ପ୍ରମାଣ ବୋଲି ସେ କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ଅଗଷ୍ଟ ୫ ଓ ୬ ତାରିଖରେ ଭାରତବର୍ଷର ଐତିହାସିକ ଭୁଲକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ସାହ ଠିକ୍‍ କରିଛନ୍ତି। ଉଭୟଙ୍କ ପ୍ରଚେଷ୍ଟାରେ ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଓ ୩୫(କ)ଅସ୍ଥାୟୀ ଭାବେ ଉଚ୍ଛେଦ ହୋଇପାରିଛି। ଫଳରେ ଜାମ୍ମୁ କାଶ୍ମୀର ଓ ଲଦାଖ କେନ୍ଦ୍ର
ଶାସିତ ଅଂଚଳ ଭାବେ ଭାରତର ଆଇନକାନୁନ ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ପୂର୍ବରୁ ଧାରା ୩୭୦ ଫଳରେ ଭାରତବର୍ଷର ଆଇନକାନୁନ ବ୍ୟବସ୍ଥା ଜାମ୍ମୁ କାଶ୍ମୀରରେ ଲାଗୁ ହୋଇପାରୁନଥିଲା। ଭାରତବର୍ଷରେ ଝିଅଙ୍କୁ ମିଳୁଥିବା ଅଧିକାର ଜାମ୍ମୁ କାଶ୍ମୀରରେ ନଥିଲା।

Image credit : PIB

ଦେଶର ସ୍ୱାଧୀନତା ପାଇଁ ବଳଦାନ ଦେଇଥିବା ଶହୀଦ ବାଜି ରାଉତ, ବକ୍ସି ଜଗବନ୍ଧୁ, ଶହୀଦ ଭଗତ ସିଂହ,ମଙ୍ଗଲ୍‍ ପାଣ୍ଡେ, ସର୍ଦ୍ଦାର ପଟେଲ, ଡ.ହରେକୃଷ୍ଣ ମହତାବ ଏବଂ ପଣ୍ଡିତ ଗୋପବନ୍ଧୁ ଦାସ ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇଛନ୍ତି ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।
ଉଲ୍ଲେଖନୀୟ ଯେ, ଭୁବନେଶ୍ୱର ରେଳ ଷ୍ଟାଡିୟମ ଠାରେ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ଆୟୋଜିତ ରନ୍‍ ଅଫ୍‍ ୟୁନିଟି କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରୀ ପ୍ରଧାନ ସର୍ଦ୍ଦାର ପଟେଲଙ୍କ ଫୋଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କାର୍ଯ୍ୟକ୍ରମରେ ଉପସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅର୍ଦ୍ଧ ସାମରିକ ବାହିନୀର ଯବାନ, ସ୍ୱଚ୍ଛାସେବୀ ସଂଗଠନର ସଦସ୍ୟ ତଥା ଜନସାଧାରଣ ମାନଙ୍କୁ ରାଷ୍ଟ୍ରୀୟ ଏକତା ଦିବସର ଶପଥ ପାଠ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories