www.samajalive.in
Monday, December 8, 2025
17.1 C
Bhubaneswar

ଘରକୁ ଫେରିଲେ ନାଗପୁରରୁ ଉଦ୍ଧାର ଦାଦନ ଶ୍ରମିକ

ବଲାଙ୍ଗୀର/ଲାଠୋର : ବଲାଙ୍ଗୀର ଜିଲା ଲାଠୋର, ଖପ୍ରାଖୋଲ ଥାନା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶର ପୈଦୀପାଲିକୁ ଚାଲାଣ ହେଉଥିବା ବେଳେ ନାଗଡୁର ଜିଆରପି ଦ୍ୱାରା ଅଟକ ଥିବା ୧୬ ଜଣ ଦାଦନ ଶ୍ରମିକ ଓ ଚାରି ଜଣ ଶିଶୁକୁ ବଲାଙ୍ଗିର ପୁଲିସ ଉଦ୍ଧାର କରି ଘରକୁ ପହଞ୍ଚାଇଛି। ଏନେଇ ପାଟଣାଗଡ ଏସଡିପିଓ ସୁରେଶ ନାଏକ ଲାଠୋର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚାଲାଣ କରୁଥିବା ମୁଖ୍ୟ ସର୍ଦ୍ଦାର ଟଙ୍କ ରଣା ଫେରାର ରହିଥିବା ବେଳେ ଜଣେ ସହଯୋଗୀ ରିକ୍ସା ମୁଦୁଲିକୁ ଗିରଫ କରିଥିବା ଜଣାପଡିଛି।

ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ପ୍ରତିବର୍ଷ ଏହି ଜିଲାର ହଜାର ହଜାର ଗରିବ ପରିବାର ରାଜ୍ୟ ବାହାରକୁ କାମ କରିବାକୁ ଯାଇଥାନ୍ତି। ସେଠାରେ ନିର୍ଯ୍ୟାତିତ ଶୋଷିତ ହୋଇ ଘରକୁ ଫେରିଥାନ୍ତି। କିନ୍ତୁ ପେଟର ଭୋକ ମେଣ୍ଟାଇବା ପାଇଁ ସେମାନେ ଦାଦନ ଶ୍ରମିକ ହେବା ପାଇଁ ବାଧ୍ୟ ହୋଇଥାନ୍ତି। ଗତ କିଛି ଦିନ ତଲେ ବଲାଙ୍ଗିର ଜିଲା ଲାଠୋର ଥାନା ଅଧିନସ୍ଥ ଜଲପାଙ୍କେଲ ଗ୍ରାମର ପ୍ରିତମ ପଣ୍ଡା (୨୬), ଜମୁନା ପଣ୍ଡା (୪୬), ଦେବରାଜ ପଣ୍ଡା(୫୩), ମୁନା ପଣ୍ଡା (୧୮), ଭୂମିସୂତା ପଣ୍ଡା (୨୩), ଟିକେଲାଲ ରଣା(୨୨), ବେଲପଡା ଥାନା ବେଲପଡା ଗ୍ରାମର ଦ୍ରୋପଦି ପଣ୍ଡା (୨୮), ଶୁସିଲ ବେନିଆ (୩୨), ଖପ୍ରାଖୋଲ ଥାନା ଘୁଚାପାଲି ଗ୍ରାମର ବୈକୁଣ୍ଠ ହଂସ (୨୨), ମଦନ ହଂସ (୧୮), ବେଳମତି ହଂସ (୨୦), ଲାଠୋର ଥାନା ତେଲେନପାଲି ଗ୍ରାମର ଗଙ୍ଗା ଚିରାଙ୍ଗୁଲ(୫୦), ଧନମତି ଚିରାଙ୍ଗୁଲ(୪୦), ସଦାନନ୍ଦ ଚିରାଙ୍ଗୁଲ (୧୪), ସୁନାମୁଦି ଗ୍ରାମର ଦର୍ପେଶନ ନାଗ(୩୪), କାନ୍ତି ନାଗ(୨୭) ନିଜ ଛୁଆ ମାନଙ୍କୁ ନେଇ ଆନ୍ଧ୍ରର ପୈଦୀପାଲିକୁ କାମ କରିବା ପାଇଁ ବାହାରିଥିଲେ। ଦାଦନ ସର୍ଦ୍ଦାର ଟଙ୍କ ରଣା ଏହି ଶ୍ରମିକ ମାନଙ୍କୁ ଚାଲାଣ କରୁଥିବା ବେଳେ ଏମାନଙ୍କ ସହ ତାର ଜଣେ ସହଯୋଗୀ ରିକ୍ସା ମୁଦୁଲି କୁ ପଠାଇଥିଲା। କୈାଣସି ଏକ ସୂତ୍ରରୁ ଏସପି ଏମ ସନ୍ଦୀପ ସମ୍ପତ୍ତ ସୂଚନା ପାଇଁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ଆଇୟୁସିଏଡବ୍ଲୁ କୁ ନିର୍ଦ୍ଦେଶ ଦେଇଥିଲେ। ଖବର ପାଇ ଆଇୟୁସିଏଡବ୍ଲୁ ନାଗପୁର ଜିଆରପି ସହାୟତାରେ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି।

- Advertisement -

ନାଗପୁର ଜିଆରପିରେ ଅଟକ ଥିବା ଏହି ଶ୍ରମିକ ମାନଙ୍କୁ ଇନ୍ସପେଟକ୍ଟର କମଲ ଲୋଚନ ବେହେରା ଓ ଖପ୍ରାଖୋଲ ଶ୍ରମ ନୀରିକ୍ଷକ ସୁଧୀର କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ ନାଗପୁର ଯାଇ ଏହି ୧୬ ଜଣ ଶ୍ରମିକ ଓ ଚାରି ଜଣ ଶିଶୁକୁ ଉଦ୍ଧାର କରି ବଲାଙ୍ଗିର ଆଣିଥିଲେ। ଗୁରୁବାର ସକାଳୁ ଏହି ଶ୍ରମିକ ମାନଙ୍କୁ ଅଣାଯାଇ ନିଜ ନିଜ ଘରକୁ ପଠାଇଦିଆଯାଇଥିବା ଜଣାପଡିଛି। ଏହି ଶ୍ରମିକ ମାନଙ୍କ ପରିଚୟ ପତ୍ର ନଥିବା ବେଳେ ଏମାନଙ୍କ ପରିଚୟ ପତ୍ର କରି ସମସ୍ତ ସରକାରୀ ସହାୟତା ଯୋଗାଇଦିଆଯିବ ବୋଲି ଶ୍ରମ ନୀରିକ୍ଷକ ସୂଚନା ଦେଇଛନ୍ତି। ତେବେ ଦାଦନ ଚାଲାଣ ଅଭିଯୋଗରେ ଲାଠୋର ପୁଲିସ କେସ ନଂ ୧୦୪/୨୦୧୯ରେ ଏକ ମାମଲା ରୁଜୁ କରି ଦାଦନ ସର୍ଦ୍ଦାର ସହଯୋଗୀ ରିକ୍ୱା ମୁଦୁଲି କୁ ଗିରଫ କରିଥିବା ବେଳେ ସର୍ଦ୍ଦାର ଟଙ୍କ ରଣାକୁ ଖୋଜୁଥିବା କହିଛନ୍ତି ପାଟଣାଗଡ ଏସଡିପିଓ ସରୋଜ ନାଏକ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories