www.samajalive.in
Monday, December 8, 2025
27.1 C
Bhubaneswar

ଚାରୋଟି ଭାଷାରେ ମୁକ୍ତିଲାଭ କରିବ ‘ଦବଙ୍ଗ-୩’ – ସଲମାନ ଖାନ

ମୁମ୍ବଇ : ବଲିଉଡ଼ ଭାଇଜାନ ସଲମାନ ଖାନ୍‌ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦବଙ୍ଗ-୩’ର ଟ୍ରେଲର ଗତକାଲି(ବୁଧବାର) ମୁକ୍ତିଲାଭ କରିଥିଲା। ଯାହାକୁ ଦର୍ଶକାମନେ ବେଶ୍ ପସନ୍ଦ କରିଛନ୍ତି। ‘ଦବଙ୍ଗ-୩’ ଚାରୋଟି ଭାଷାରେ ମୁକ୍ତିଲାଭ କରିବ ବୋଲି ଟ୍ରେଲର ରିଲିଜ ଅବସରରେ ସଲମାନ ଖାନ କହିଛନ୍ତି। ଏହି ସିନେମାକୁ ହିନ୍ଦୀ ବ୍ୟତୀତ ତାମିଲ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ମୁକ୍ତିଲାଭ କରାଯିବ ବୋଲି ସଲମାନ କହିଛନ୍ତି ।
ଟ୍ରେଲର ରିଲିଜ ହେବା ପରଠାରୁ ବର୍ତ୍ତମାନ ପର୍ୟ୍ୟନ୍ତ ଏହାକୁ ୧୫ ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଥିବା ସୂଚନା ମିଳିଛି। ଟ୍ରେଲରକୁ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ଦର୍ଶକମାନଙ୍କର ଭଲ ପ୍ରତିକ୍ରିୟା ମିଳିଛି। ଏଥିରେ ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରୁଥିବାବେଳେ ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ସଲମାନଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ସୋନାକ୍ଷୀ ସିହ୍ନା ଏବଂ ନବାଗତା ସାଇ ମଞ୍ଜେରକର ଅଭିନୟ କରୁଛନ୍ତି। ‘ଦବଙ୍ଗ୍‍’ ସିରିଜ୍ର୍ ସବୁ ଭାଗରେ ନୂଆ ଖଳନାୟକଙ୍କୁ ଦେଖିବାକୁ ମିଳେ। ଏଥର ଦକ୍ଷିଣ ଭାରତୀୟ ଅଭିନେତା କିଚ୍ଚା ସୁଦୀପ ଖଳନାୟକ ଭୂମିକାରେ ନଜର ଆସିବେ। ‘ଦବଙ୍ଗ୍‍-୩’ ଡିସେମ୍ବର ୨୦ରେ ପରଦାକୁ ଆସିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories