www.samajalive.in
Monday, December 8, 2025
27.1 C
Bhubaneswar

ପିଓକେରେ ଆକ୍ରମଣ ପରେ ପାକିସ୍ତାନୀ ମନ୍ତ୍ରୀଙ୍କ ଧମକ; ଏଣିକି ତୋପ ନୁହେଁ, ସିଧା ପରମାଣୁ ଯୁଦ୍ଧ

ଇସଲାମାବାଦ: ଭାରତ ପକ୍ଷରୁ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ୨ୟ ଥର ଆକ୍ରମଣ କରାଯିବା ପରେ ପାକ୍‌ ରେଳ ମନ୍ତ୍ରୀ ଶେଖ ରଶୀଦ ଭାରତକୁ ପରମାଣୁ ଯୁଦ୍ଧର ଧମକ ଦେଇଛନ୍ତି। ଏଣିକି ତୋପ ଆଉ ଗୁଳିରେ ପାରମ୍ପରିକ ଯୁଦ୍ଧ ହେବ ନାହିଁ, ବରଂ ସିଧା ପରମାଣୁ ଯଦ୍ଧ ହେବ ବୋଲି ଭାରତର ନାମ ନ ନେଇ ସେ ଚେତାବନୀ ଦେଇଛନ୍ତି। ଭାରତର ଆକ୍ରମଣ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ରଶୀଦ କହିଛନ୍ତି, ଏହା ଦେଶ ପାଇଁ ବଡ଼ ବିପଦ ଏବଂ ଦୁଇ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇପାରେ। କିନ୍ତୁ ଆଉ ପାରମ୍ପରିକ ଯୁଦ୍ଧ ହେବ ନାହିଁ। ଯେଉଁମାନଙ୍କର ବୁଦ୍ଧି ନାହିଁ ସେମାନେ ଭାବୁଛନ୍ତି ୪/୬ ଦିନ ଟ୍ୟାଙ୍କ, ତୋପ ଚାଲିବ ଅଥବା ଯୁଦ୍ଧ ବିମାନ କିମ୍ବା ନୌସେନା ଗୁଳି ଚାଳନା କରିବ। ଆଦୌ ନୁହେଁ। ଏହା ଏକ ପରମାଣୁ ଯୁଦ୍ଧ ହେବ। ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ସେ ଏଭଳି ମନ୍ତବ୍ୟ ଦେବା ସହିତ ପାକିସ୍ତାନ ପାଖରେ ୧୦୦ ଗ୍ରାମ ଏବଂ ୨୫୦ ଗ୍ରାମ ଓଜନର ପରମାଣୁ ବୋମା ରହିଛି ବୋଲି କହିଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories