www.samajalive.in
Monday, December 8, 2025
27.1 C
Bhubaneswar

ପୁଣି ତେଲୁଗୁ ଚଳଚ୍ଚିତ୍ରର ହିନ୍ଦୀ ରିମେକରେ ନଜର ଆସିବେ ଶାହିଦ

ମୁମ୍ବଇ : ବଲିଉଡ ଅଭିନେତା ଶାହିଦ କପୁର ନିକଟରେ ଏକ ତେଲୁଗୁ ଚଳଚ୍ଚିତ୍ରର ରିମେକ କରି ସଫଳ ହେବାପରେ ଏବେ ପଣି ଥରେ ଏକ ତେଲୁଗୁ ରିମେକରେ ଅଭିନୟ କରିବାକୁ ଯାଉଛନ୍ତି। ନିକଟରେ ସେ କବୀର ସିଂହ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଯାହାଥିଲା ତେଲୁଗୁ ବ୍ଲକବଷ୍ଟର ସିନେମା ‘ଅର୍ଜୁନ ରେଡ୍ଡି’ର ରିମେକ୍‍ । କବୀର ସିଂହର କାହାଣୀ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିବା ସହ ଏହା ବକ୍ସ ଅଫିସରେ ଭଲ ଆୟ ମଧ୍ୟ କରିଥିଲା। ଏଥିରେ ଶାହିଦ କପୁରଙ୍କ ନିଖୁଣ ଅଭିନୟକୁ ଦର୍ଶକ ଖୁବ ପ୍ରଶଂସା କରିଥିଲେ।
ସୂଚନା ଆନୁସାରେ, ବଲିଉଡ଼ ଅଭିନେତା ଶାହିଦ କପୁର ଗତ ଏପ୍ରିଲ ମାସରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ଜର୍ସି’ର ହିନ୍ଦୀ ରିମେକ୍‌ ପାଇଁ ସାଇନ୍‌ କରିଛନ୍ତି। ଏଥିରେ ଶାହିଦଙ୍କୁ ଜଣେ କ୍ରିକେଟର ଚରିତ୍ରରେ ଦେଖିବାକୁ ମିଳିବ। ଏହି ସିନେମାର କାହାଣୀ କାହାଣୀ ଜଣେ ଅସଫଳ କ୍ରିକେଟର ଉପରେ ଆଧାରିତ। ଆଲୁ ଅରବିନ୍ଦ, ଅମନ ଗିଲ ଏବଂ ଦିଲ ରାଜୁ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ୱରେ ରହିଥିବାବେଳେ ଏହାର ନିର୍ଦ୍ଦେଶନା ଭାର ବହନ କରିଛନ୍ତି ଗୌତମ ତିନ୍ନାନୁରୀ। ଏହି ସିନେମାଟି ୨୦୨୦ ଅଗଷ୍ଟରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories