www.samajalive.in
Thursday, December 11, 2025
23.1 C
Bhubaneswar

ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ହକି, ନ୍ୟୁଜିଲାଣ୍ଡକୁ ୮-୨ରେ ହରାଇଲା ଭାରତ

ଜୋହର ବାରୁ (ମାଲେସିଆ): ମାଲେସିଆ ଚାଲିଥିବା ସୁଲ୍‌ତାନ ଅଫ୍ ଜୋହର କପ୍ ଜୁନିୟର ପୁରୁଷ ହକି ଟୁର୍ଣ୍ଣାମେଣ୍ଟ​‌ରେ​ଭାରତୀୟ ଦଳ କ୍ରମାଗତ ୨ୟ ବିଜୟ ହାସଲ କରିଛି। ରବିବାର ଖେଳା ଯାଇଥିବା ଏକ ପୁଲ୍‌ ମ୍ୟାଚ୍‌ରେ ଭାରତ ୮-୨ ଗୋଲ୍‌ର ବିପୁଳ ବ୍ୟବଧାନରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଶନିବାର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୪-୨ ଗୋଲ୍‌ରେ ଭାରତ ପରାସ୍ତ କରିଥିଲା। ମଙ୍ଗଳବାର ଜାପାନ ବିପକ୍ଷରେ ଭାରତ ୩ୟ ଲିଗ୍ ମ୍ୟାଚ୍ ଖେଳିବ।
ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଆକ୍ରମଣାତ୍ମକ ହକି ଖେଳିଥିଲା। ୬ ମିନିଟରେ ଦିଲପ୍ରୀତ ସିଂହ ପ୍ରଥମ ଗୋଲ୍‌ ଦେଇଥିଲେ। ୧୪ ମିନିଟରେ ଓଡ଼ିଆ ଖେଳାଳି ଶିଳାନନ୍ଦ ଲାକ୍ରା ଦଳ ପାଇଁ ୨ୟ ଗୋଲ୍‌ ଦେଇଥିଲେ। ପରେ ୧୭ ଓ ୨୨ ମିନିଟରେ ଭାରତ ପାଇଁ ସଞ୍ଜୟ ୨ଟି ଗୋଲ୍‌ ଦେଇଥିଲେ। ୨୨ ମିିନିଟରେ ମନଦୀପ ମୋର ଗୋଲ୍‌ ଦେଇଥିଲେ। ୪୫ ମିନିଟରେ ଓଡ଼ିଅା ଖେଳାଳି ସୁମନ ବେକ୍‌ ଗୋଟିଏ ଗୋଲ୍‌ ଦେଇଥିଲେ। ୫୦ ମିନିଟରେ ଅନ୍ୟ ଓଡ଼ିଆ ଖେଳାଳି ପ୍ରତାପ ଲାକ୍ରା ଗୋଟିଏ ଗୋଲ୍‌ ଦେଇଥିଲେ। ୫୧ ମିିନିଟରେ ଓଡ଼ିଆ ଖେଳାଳି ସୁଦୀପ ଚିରମାକୋ ଦଳ ପାଇଁ ୮ମ ତଥା ଅନ୍ତିମ ଗୋଲ୍‌ ଦେଇଥିଲେ। ନ୍ୟୁଜିଲାଣ୍ଡ ପାଇଁ ଡାଇଲାନ୍ ଥମାସ୍ ୨୮ ଓ ୪୪ ମିନିଟରେ ୨ଟି ଗୋଲ୍‌ ଦେଇଥିଲେ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories