www.samajalive.in
Monday, December 8, 2025
20.1 C
Bhubaneswar

ତୁଳସୀ ବୃକ୍ଷ ଦୂର କରିଥାଏ ଗୃହର ବାସ୍ତୁ ଦୋଷ

ହିନ୍ଦୁଧର୍ମରେ ତୁଳସୀ ବୃକ୍ଷର ଖୁବ ମହତ୍ତ୍ୱ ବର୍ଣ୍ଣନା କରାଯାଇଛି। ତୁଳସୀ ବୃକ୍ଷଙ୍କୁ ଘରେ ଲଗାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ। ଏହାର ବହୁ ଔଷଧୀୟ ଗୁଣ ମଧ୍ୟ ରହିଛି। ମାତ୍ର ତୁଳସୀ ବୃକ୍ଷଙ୍କୁ ଭୁଲ ଦିଗରେ ରଖିବା ଉଚିତ ନୁହେଁ। କିମ୍ବା ଏହାର ପତ୍ରକୁ ସମସ୍ତ ବାର ଓ କେତେକ ନିର୍ଦ୍ଦିଷ୍ଟ ପୂଜାପର୍ବରେ ତୋଳିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ବାସ୍ତୁ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ଏହା ବିଷୟରେ….
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ତୁଳସୀ ବୃକ୍ଷ ପତ୍ରକୁ ଏକାଦଶୀ, ରବିବାର ଓ ମଙ୍ଗଳବାର ଦିନ ତୋଳିବା ଉଚିତ ନୁହେଁ।
ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗ ଧନର ଦେବତା କୁବେରଙ୍କ ଦିଗ। ତେଣୁ ଗୃହରେ ଆର୍ଥିକ ସମୃଦ୍ଧି ବୃଦ୍ଧି ପାଇଁ ତୁଳସୀଙ୍କୁ ଉତ୍ତର- ପୂର୍ବ ଦିଗରେ ଲଗାନ୍ତୁ।
ଆପଣଙ୍କ ଗୃହରେ ଯଦି ସର୍ବଦା ସମସ୍ୟା ଲାଗି ରହୁଥାଏ, ତେବେ ଘରର ଦକ୍ଷିଣ-ପୂର୍ବ ଦିଗରେ ତୁଳସୀ ବୃକ୍ଷ ଲଗାନ୍ତୁ।
ଯଦି ତୁଳସୀ ବୃକ୍ଷ ସମ୍ପୂର୍ଣ୍ଣ ଶୁଖିଯାଏ, ତେବେ ଏହାକୁ ନିକଟରେ ଥିବା ନଦୀ କିମ୍ବା କୂଅରେ ବିସର୍ଜନ କରନ୍ତୁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories