www.samajalive.in
Monday, December 8, 2025
27.1 C
Bhubaneswar

ଚୀନ ରାଷ୍ଟ୍ରପତିଙ୍କୁ ମୋଦୀଙ୍କ ସ୍ବତନ୍ତ୍ର ଉପହାର

ଚେନ୍ନାଇ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ୨ ଦିନିଆ ଭାରତ ଗସ୍ତ ଶନିବାର ଶେଷ ହେଉଛି। ଅପରାହ୍ନରେ ସେ ନେପାଳ ଅଭିମୁଖେ ଯାତ୍ରା କରିବେ। ତେବେ ଏହା ପୂର୍ବରୁ ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ୨ଟି ଅନୌପଚାରିକ ବୈଠକ ଶେଷ ହୋଇଛି। ଶନିବାର ମାମଲାପୁରମଠାରେ ତାଜ୍‌ କୋଭ୍‌ ରିସର୍ଟରେ ଦୁଇ ନେତାଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଭାରତ ଆତିଥ୍ୟକୁ ଚୀନ ରାଷ୍ଟ୍ରପତି ଖୁବ୍‌ ପ୍ରଶଂସା କରିବା ସହିତ ଏଥିରେ ସେ ଅଭିଭୂତ ହୋଇପଡ଼ିଥିବା କହିଥିଲେ। ବୈଠକ ଶେଷ ହେବା ପରେ ମୋଦୀ ଜିନପିଙ୍ଗଙ୍କୁ ଏକ ସ୍ବତନ୍ତ୍ର ଉପହାର ପ୍ରଦାନ କରିଥିଲେ। ଉପହାରସ୍ବରୂପ ମୋଦୀ ଏକ ଶାଲ୍‌ ଜିନପିଙ୍ଗଙ୍କୁ ଦେଇଥିଲେ। ଶାଲଟି ସ୍ବତନ୍ତ୍ର ଏଇଥିପାଇଁ ଯେ, ସେଥିରେ ଜିନପିଙ୍ଗଙ୍କ ଏକ ପ୍ରତିଛବି ରହିଛି। ଏହି ଶାଲ୍‌ଟିକୁ କୋଏମ୍ବାଟୁର ଜିଲାର ଶ୍ରୀରାମଲିଙ୍ଗ ସୋବନ୍ଦବିଗଇ ହ୍ୟାଣ୍ଡଲୁମ ୱିଭର୍ସ କୋଅପରେଟିଭ ସୋସାଇଟିର ବୁଣାକାରମାନେ ପ୍ରସ୍ତୁତ କରିଛନ୍ତି। ଚେନ୍ନାଇ ସିଲ୍କ କପଡ଼ା ବଜାରରେ ବହୁତ ଲୋକପ୍ରିୟ ଅଟେ। ମୋଦୀ ଉପହାର ଦେଇଥିବା ଶାଲ୍‌କୁ ଏପରି ତିଆରି କରାଯାଇଛି ଯେ, ସେଥିରେ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପ୍ରତିଛବି ଜୀବନ୍ତ ପ୍ରତିଫଳିତ ହେଉଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories