www.samajalive.in
Tuesday, December 9, 2025
15.1 C
Bhubaneswar

ସୁସ୍ଥ ଶରୀର ସହ ବିଭିନ୍ନ ରୋଗରୁ ମୁକ୍ତି ଦିଏ ମେଥି ଶାଗ

ସ୍ୱାସ୍ଥ୍ୟ ପାଇଁ ସମସ୍ତ ପ୍ରକାରର ଶାଗ ବହୁ ଲାଭଦାୟକ ଅଟେ। ଶରୀରର ବିଭିନ୍ନ ପ୍ରକାରର ରୋଗକୁ ମଧ୍ୟ ଦୂର କରିଥାଏ। ସେଭଳି ଶରୀର ପାଇଁ ଏକ ଲାଭଦାୟକ ଶାଗ ହେଉଛି ମେଥି ଶାଗ। ଏହି ଶାଗର ବହୁ ଔଷଧୀୟ ଗୁଣ ରହିଛି। ଜାଣନ୍ତୁ ଏହି ଶାଗ ଖାଇବା ଦ୍ୱାରା ଆମକୁ କି କି ଲାଭ ମିଳିଥାଏ….
ଆଣ୍ଠୁଗଣ୍ଠି ସଭିଁଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ପାଲଟିଛି। ଏହି କାରଣରୁ ଲୋକଙ୍କୁ ଚଲାବୁଲା କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ନିତିଦିନିଆ କାର୍ଯ୍ୟରେ ମଧ୍ୟ ବହୁତ ଅସୁବିଧା ଭୋଗ କରିବାକୁ ପଡ଼ିଥାଏ। ଏହି ଆଣ୍ଠୁଗଣ୍ଠି ବ୍ୟଥାରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାରର ଔଷଧର ମଧ୍ୟ ସେବନ କରିଥାଆନ୍ତି।
ମାତ୍ର ନିୟମିତ ମେଥି ଶାଗ ଖାଇବା ଦ୍ୱାରା ଏହି ଯନ୍ତ୍ରଣା ଦୂର ହୋଇଥାଏ।
ସବୁଜ ମେଥି ଶାଗରେ ପର୍ଯ୍ୟାପ୍ତ ପରିମାଣରେ ଫାଇବର, ପ୍ରୋଟିନ, ଆଇରନ ଥାଏ। ମେଥି ଶାଗ ଆଣ୍ଠୁଗଣ୍ଠିର ସମସ୍ୟା ଦୂର କରିବା ପାଇଁ ଖୁବ ଲାଭଦାୟକ ଅଟେ। ମେଥିରେ ଭରପୁର ପରିମାଣରେ ପୋଟାସିୟମ ଓ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଏହାକୁ ନିୟମତି ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ ହୋଇଥାଏ। 
ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ଏହା ଖୁବ ଉପଯୋଗୀ ଅଟେ।
ଖାଦ୍ୟକୁ ଭଲ ଭାବେ ହଜମ କରିବା ସହ କୋଷ୍ଠକାଠିନ୍ୟ ଜନିତ ସମସ୍ୟାକୁ ଦୂର କରିଥାଏ।
ସାଧାରଣତଃ ପିଲାମାନଙ୍କ ପେଟରେ କୃମି ହୋଇଯାଏ। ଏହି ମେଥି ଶାଗ ଖାଇବା ଦ୍ୱାରା କୃମି ଜନିତ ସମସ୍ୟାରୁ ମୁକ୍ତି ମିଳେ।
ମେଥି ପତ୍ରକୁ ପେଷି ଏହାକୁ କେଶରେ ଲଗାଇଲେ, କେଶ ଘନ ଓ କଳା ହୋଇଥାଏ।
ଏହାର ପତ୍ରକୁ ପେଷି ମୁହଁରେ ଲଗାଇଲେ ମୁହଁର ଉଜ୍ୱଳତା ବଢିଥାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories