www.samajalive.in
Monday, December 8, 2025
27.1 C
Bhubaneswar

ପନିର ବ୍ରେଡ଼ ପକୋଡ଼ା

ଆବଶ୍ୟକ ସାମଗ୍ରୀ
ପାଉଁରୁଟି – ୧୨ଟି
କ୍ଷୀର – ୨କପ
ତେଲ – ଆବଶ୍ୟକ ପରିମାଣରେ
କୋରା ପନିର – ୧କପ
କଟା ପିଆଜ – ୨ଟି
କଟା କଞ୍ଚା ଲଙ୍କା – ୨ଟି
ଲୁଣ – ଆବଶ୍ୟକ ପରିମାଣରେ
ଚାର୍ଟ ମସଲା – ଅଳ୍ପ
ସସ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଉଁରୁଟିର ମାଟିଆ ଅଂଶକୁ କାଢି ଏହାକୁ ସିଝା କ୍ଷୀରରେ ବତୁରାଇ ଦିଅନ୍ତୁ। କିଛି ସମୟରେ ପରେ କ୍ଷୀରକୁ ଭଲ ଭାବେ ଛାଣି ଅଟା ଭଳି ପାଉଁରୁଟି ଚକଟି ରଖନ୍ତୁ। ଏବେ ଏକ ପାତ୍ରରେ କଟା ପିଆଜ, ପନିର, ଲଙ୍କା ଗୁଣ୍ଡ, ଲୁଣ, ଚାର୍ଟ ମସଲା ପକାଇ ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖି ଦିଅନ୍ତୁ। ଏହାପରେ ଚକଟି ଥିବା ପାଉଁରୁଟିକୁ ବଲ୍‍ ଆକୃତିର କରି ଏହା ମଧ୍ୟରେ ମିଶ୍ରଣକୁ ଭର୍ତ୍ତି କରି ଗୋଲ ଆକୃତିର କରନ୍ତୁ। ଏହାପରେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପ୍ରସ୍ତତ କରିଥିବା ବଲ୍‍ କୁ ଛାଣି ଦିଅନ୍ତୁ। ଭଲ ଭାବେ ଛାଣିବା ପରେ ଏକ ପାତ୍ରକୁ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ପନିର ବ୍ରେଡ଼ ପକୋଡ଼ା। ସସ ସହ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories