www.samajalive.in
Tuesday, December 9, 2025
16.1 C
Bhubaneswar

୨୧ରେ ହରିୟାଣା ନିର୍ବାଚନ – ସମୀକ୍ଷା କଲେ କମିଶନଙ୍କ ଟିମ

ନୂଆଦିଲ୍ଲୀ: ହରିୟାଣା ଓ ମହାରାଷ୍ଟ୍ରରେ ଆସନ୍ତା ୨୧ତାରିଖ ଦିନ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ହରିୟାଣା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପାଇଁ ନିର୍ବାଚନ କମିଶନର ଏକ ଉଚ୍ଚସ୍ତରୀୟ ଦଳ ବୁଧବାର ରାଜ୍ୟକୁ ଗସ୍ତ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଫିସର ଅନୁରାଗ ଅଗ୍ରୱାଲ କହିଛନ୍ତି, ନିର୍ବାଚନ କମିଶନ ଦଳ ଅପରାହ୍ନରେ ରାଜନୈତିକ ଦଳଗୁଡିକର ନେତାମାନଙ୍କ ସହ ବୈଠକରେ ମିଳିତ ହୋଇଛନ୍ତି। ଏହାପରେ ହରିୟାଣା ମୁଖ୍ୟ ନିର୍ବାଚନ ରାଜ୍ୟ ନୋଡାଲ ଅଫିସରଙ୍କ ସହ ଏକ ବୈଠକ ବସିବାର କାର୍ଯ୍ୟସୂଚୀ ରହିଛି। ସେ କହିଛନ୍ତି, ନିର୍ବାଚନ କମିଶନ ଦଳ ରାଜ୍ୟ ଡିଭିଜିନାଲ କମିଶନର, ଜିଲ୍ଲା ନିର୍ବାଚନ ଅଫିସର ଓ ପୋଲିସ ଅଫିସରମାନଙ୍କ ସହ ଆସନ୍ତାକାଲି ଏକ ବୈଠକରେ ମିଳିତ ହୋଇ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସମସ୍ୟାବଳୀ ଉପରେ ଆଲୋଚନା କରିବେ। ଏହାପରେ ନିର୍ବାଚନ କମିଶନ ଦଳ ହରିୟାଣା ମୁଖ୍ୟ ସଚିବଙ୍କ ସହ ଏକ ବୈଠକରେ ମିଳିତ ହେବେ ଓ ପରେ ସନ୍ଧ୍ୟାରେ ଏକ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେବେ।

ମହାରାଷ୍ଟ୍ରରେ ସ୍ଥାନୀୟ ତଥା ରାଜ୍ୟସ୍ତରୀୟ ନେତାମାନେ ବଡ ବଡ ର‍୍ୟାଲି ଓ ସଭାସମିତିମାନ କରି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ଶିବସେନା ଓ ବିଜେପି ମରୁଡି ରିଲିଫ, କୃଷିଋଣ ଛାଡ ଓ ମୌଳିକ ଢାଞ୍ଚା ବିକାଶ ଆଦି ବିଷୟ ଉପରେ ନିର୍ବାଚନ ପ୍ରଚାରରେ ଉଲ୍ଲେଖ କରୁଥିବାବେଳେ କଂଗ୍ରେସ ଓ ଏନ.ସି.ପି. ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ଭଳି ତଦନ୍ତକାରୀ ସଂସ୍ଥାଗୁଡିକ ଅପବ୍ୟବହାର ଓ ବିକାଶମୂଳକ କାର୍ଯ୍ୟ କରାଯାଇ ନ ଥିବା ବିଷୟ ଉଲ୍ଲେଖ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories