www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ରାପଡା ସହରକୁ ଜଗିବ ସିସିଟିଭି

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଦିନକୁ ଦିନ ବଢିଚାଲିଛି ଅପରାଧ। ଅପରାଧ ଓ ଅପରାଧୀକୁ ରୋକ ଲଗାଇବାରେ ବିଫଳ ହୋଇଛି କେନ୍ଦ୍ରାପଡା ପୁଲିସ। ବିଗତ ଦିନ ମାନଙ୍କରେ କେନ୍ଦ୍ରାପଡାରେ ବଢି ଚାଲିଥିବା ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାପଡା ପୁଲିସ ସହରର ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୬ଟି ସିସିଟିଭି ଲଗାଇବାର ବ୍ୟବସ୍ଥା କରୁଛି। ଯାହା ଦ୍ୱାରା ଅପରାଧ ନିୟନ୍ତ୍ରଣ ସହ ଅପରାଧକରୀ ଖସି ଯାଉଥିବା ଅପରାଧୀଙ୍କ ଉପରେ ନଜର ରଖିପାରିବ କେନ୍ଦ୍ରାପଡା ପୁଲିସ। କେନ୍ଦ୍ରାପଡା ସହରର ପ୍ରବେଶ ଦ୍ୱାର ତିନିମୁହାଣୀ ଛକ,ବସଷ୍ଟାଣ୍ଡ,ବାଲବାବା ଛକ,ବଡହାଟ,ପୁରୁଣା ବସଷ୍ଟାଣ୍ଡ,କଲେଜ ଛକ, ଦୁହୁରିଆ ଆଦି ସ୍ଥାନରେ ସିସିଟିଭି ଲାଗିବ ବୋଲି କେନ୍ଦ୍ରାପଡା ଏସପି ନୀତି ଶେଖର ସୂଚନା ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ବିଗତ ଦିନ ମାନଙ୍କରେ ସହରରେ ବଢିଚାଲିଥବା ଅପରାଧର ପରିମାଣରକୁ ନଜରରେ ରଖି ଏବଂ ପାଖେଇ ଆସୁଥିବା କେନ୍ଦ୍ରାପଡାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ସମୟରେ ଯେପରି କିଛି ଅଘଟଣ ନଘଟୁ ସେଥିପାଇଁ ତିତ୍ପରତା ଦେଖାଇଛି କେନ୍ଦ୍ରାପଡା ପୁଲିସ।ଅପରାଧ ନିୟନ୍ତ୍ରଣ ଓ ଅସାମାଜିକ ବ୍ୟକ୍ତିଙ୍କ କାର୍ୟ୍ୟ କଳାପ ଉପରେ ନଜର ରଖିବା ପାଇଁ ଏହି ସିସି କ୍ୟାମେରା ବେଶ ସହାୟକ ହେବ। ବିଶେଷ କରି ରାସ୍ତାରେ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଯୁବକ ଓ ନିଶାସକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ମଧ୍ୟ ଏହା ସହଜ ହେବ। ଆସନ୍ତା ଗଜଲକ୍ଷ୍ମୀ ପୂଜା ପୂର୍ବରୁ ଏହି ସିସିଟିଭି କାର୍ଯ୍ୟକ୍ଷମ କରିବାନେଇ କାର୍ଯ୍ୟକରାଯାଉଥିବା ଏସପି ସୂଚନା ଦେଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories