କୋରାପୁଟ : ଆନ୍ଧ୍ର ଓଡ଼ିଶା ସୀମାନ୍ତ ସାଲୁର ଘାଟିରେ ବୁଧବାର ବିଳମ୍ବିତ ରାତିରେ ମାଟି ଅତଡ଼ା ଧସି ଯାଇଛି। ଫଳରେ ୨୬ ନମ୍ବର ଜାତୀୟ ରାଜପଥରେ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ମାଟି ଅତଡ଼ା ଧସିବା ଥିବା ହେତୁ ଅଟକି ରହିଥିବା ଗାଡ଼ି ଗୁଡ଼ିକ ଗୋଟିଏ ପଟରେ ଚଳାଚଳ କରୁଛି। ଧିରେ ଧିରେ ଗାଡ଼ି ଚଳାଚଳ ସ୍ୱାଭାବିକ ହେଉଛି ବୋଲି ସୂଚନା ମିଳିଛି।
Popular Categories



