ପ୍ୟାରିସ୍: ଫ୍ରାନ୍ସରେ ଭାରତକୁ ଆଉ ଏକ କୂଟନୈତିକ ବିଜୟ ମିଳିଛି। ଫ୍ରାନ୍ସର ନିମ୍ନ ସଦନରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ରାଷ୍ଟ୍ରପତି ମସୁଦ ଖାନଙ୍କ କାର୍ଯ୍ୟକ୍ରମକୁ ରଦ୍ଦ କରାଇବାରେ ଭାରତ ସଫଳ ହୋଇଛି। ମସୁଦ ଖାନ ଫ୍ରାନ୍ସ ନିମ୍ନ ସଦନରେ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା। ମାତ୍ର ତାଙ୍କ କାର୍ଯ୍ୟକ୍ରମ ରଦ୍ଦ କରିବାକୁ ଭାରତୀୟ ରାଷ୍ଟ୍ରଦୂତ ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଥିଲେ। ଏହା ପରେ ପିଓକେର ରାଷ୍ଟ୍ରପତିଙ୍କୁ କାର୍ଯ୍ୟକ୍ରମରେ ସାମିଲ ହେବାକୁ ବାରଣ କରାଯାଇଛି। କାର୍ଯ୍ୟକ୍ରମରେ ଯୋଗ ନ ଦେବା ଲାଗି ଫ୍ରାନ୍ସ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପିଓକେ ରାଷ୍ଟ୍ରପତିଙ୍କୁ କୁହାଯାଇଥିବା ସୂଚନା ମିଳିଛି।
ଭାରତର ଆଉ ଏକ କୂଟନୈତିକ ବିଜୟ; ପିଓକେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରଦ୍ଦ କଲା ଫ୍ରାନ୍ସ
Popular Categories



