www.samajalive.in
Tuesday, December 9, 2025
17.1 C
Bhubaneswar

ଛାତ୍ରୀଙ୍କୁ ଅସଦାଚରଣ – ଶିକ୍ଷକ ନିଲମ୍ବିତ

ଦାରିଙ୍ଗବାଡ଼ି: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ସମ୍ପୃକ୍ତ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ପୁଲିସ ସେହି ଶିକ୍ଷକଙ୍କୁ ସେପ୍ଟେମ୍ବର ୨୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମଙ୍ଗଳବାର ଶିକ୍ଷକଙ୍କୁ ଗୋଷ୍ଠି ଶିକ୍ଷା ଅଧିକାରୀ ନିଲମ୍ବିତ କରିଛନ୍ତି। ଶିକ୍ଷକ ଜଣକ ହେଉଛନ୍ତି ଦାରିଙ୍ଗବାଡ଼ି ଅଞ୍ଚଳର ପ୍ରଶାନ୍ତ କୁମାର ସାହୁ। ସେ ଦାରିଙ୍ଗବାଡ଼ି ବ୍ଲକର ଲତେସବାନ୍ଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

ଗତ ୨୦ ତାରିଖରେ ସେ ଦାରିଙ୍ଗବାଡ଼ି ନିଲକନ୍ଦର ସାହି ସ୍ଥିତ ନିଜ ବାସଭବନରେ କିଛି ପିଲାଙ୍କୁ ଟ୍ୟୁସନ୍‌ କରୁଥିଲେ। ଏହି ସମୟରେ ସମ୍ପୃକ୍ତ ଛାତ୍ରୀଙ୍କୁ ନିଜ ବେଡରୁମ୍‌କୁ ଡାକି ନେଇ ଅସଦାଚାରଣ କରିଥିଲେ। ଛାତ୍ରୀଜଣକ କାନ୍ଦି କାନ୍ଦି ଆସି ଘର ଲୋକଙ୍କୁ କହିବା ପରେ ଘଟଣା ପଦାକୁ ଆସିଥିଲା। ପରିବାର ପକ୍ଷରୁ ଏ ନେଇ ଥାନାରେ ଅଭିଯୋଗ କରାଯାଇଥିଲା। ଶାଳୀନତା ନଷ୍ଟକରିବା, ଆଦିବାସୀ ହରିଜନ ନିର୍ଯ୍ୟାତନା ଓ ନାବାଳିକା ହୋଇଥିବାରୁ ପୋକ୍ସୋ ଆଇନ ଆଧାରରେ ଦାରିଙ୍ଗବାଡ଼ି ପୁଲିସ ମାମଲା ରୁଜୁ କରି ଶିକ୍ଷକଙ୍କୁ କୋର୍ଟ ଚାଲାଣ କରିଥିଲା। ଆଜି ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଦାରିଙ୍ଗବାଡ଼ି ଗୋଷ୍ଠି ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କୁ ନିଲମ୍ବିତ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories