ମୁମ୍ବଇ : ଆୟୁଷ୍ମାନ ଖୁରାନା ଓ ନୁସରତ ଭରୁଚାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଡ୍ରିମ୍ ଗର୍ଲ’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଦ୍ୱିତୀୟ ସପ୍ତାହରେ ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେବା ପରେ ୧୪ ଦିନରେ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହାସହିତ ‘ଡ୍ରିମ୍ ଗର୍ଲ’ କମ୍ ସମୟରେ ୧୦୦ କୋଟି କ୍ଲବ୍ରେ ସାମିଲ ହୋଇଥିବା ତୃତୀୟ ଚଳଚ୍ଚିତ୍ର ପାଲଟିଛି। ଏହା ପୂର୍ବରୁ ‘ଉରୀ’ ଓ ‘କବୀର ସିଂହ’ ଏହି ରେକର୍ଡ଼ ହାସଲ କରିଛନ୍ତି।
ଟ୍ରେଡ଼ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ୍ କରି ଚଳଚ୍ଚିତ୍ରର ଆୟ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି। ୧୩ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ୭୨.୨୦ କୋଟି ଟଙ୍କା ଓ ଦ୍ୱିତୀୟ ସପ୍ତାହରେ ୩୮.୬୦ କୋଟି ଟଙ୍କା ଆୟ କରିଛି। ୨ ସପ୍ତାହ ମଧ୍ୟରେ ଚଳଚ୍ଚିତ୍ର ମୋଟ୍ ୧୧୦.୮୦ କୋଟି ଟଙ୍କା ବ୍ୟବସାୟ କରିଛି। ଚଳଚ୍ଚିତ୍ର ୪ ଦିନରେ ୫୦ କୋଟି, ୮ ଦିନରେ ୭୫ କୋଟି ଓ ୧୧ ଦିନରେ ୧୦୦ କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି। ଏହାସହିତ ୧୪ ଦିନ ଅର୍ଥାତ୍ ୨୬ ସେପ୍ଟେମ୍ବର ଚଳଚ୍ଚିତ୍ର ୩ କୋଟି ଟଙ୍କା ଆୟ କରିଛି।
୨ ସପ୍ତାହରେ ୧୦୦ କୋଟି କ୍ଲବରେ ‘ଡ୍ରିମ୍ ଗର୍ଲ’ : କଲା ଏହି ରେକର୍ଡ଼
Popular Categories



