www.samajalive.in
Monday, December 8, 2025
27.1 C
Bhubaneswar

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଜେରା ବେଳେ ପିଟିଲେ, ଗ୍ଲାସ ମୁହଁକୁ ମାରିଲେ

ଇସଲାମାବାଦ : ଦୁର୍ନୀତି ଅଭିଯୋଗରେ ଗିରଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବାସୀଙ୍କୁ ଜେରା ବେଳେ ଅଧିକାରୀମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଣେ ଅଧିକାରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଶାହିଦଙ୍କ ମୁହଁକୁ ପାଣି ଗ୍ଲାସ ଫିଙ୍ଗିଥିଲେ। ଶାହିଦଙ୍କୁ ଦୁର୍ନୀତି ଅଭିଯୋଗରେ ଜୁଲାଇ ୧୯ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ନାବ) ହେପାଜତରେ ଅଛନ୍ତି। ପାକିସ୍ତାନ ଖବରକାଗଜ ‘ଦ ନ୍ୟୁଜ’ ଅନୁଯାୟୀ ନାବ ଅଧିକାରୀ ରାୱଲପିଣ୍ଡିସ୍ଥିତ ନିଜ ମୁଖ୍ୟାଳୟରେ ଶାହିଦ ଅବାସୀଙ୍କୁ ପଚରା ଉଚୁରା କରୁଥିଲେ। ଶାହିଦ ଅବାସୀ ଅଧିକାରୀଙ୍କ କେତେକ ପ୍ରଶ୍ନର ଉତ୍ତର ଦେବାକୁ ମନା କରିଦେଇଥିଲେ। ଏଥିରେ ନାବର ଜଣେ ଅଧିକାରୀ କ୍ରୋଧିତ ହୋଇ ଅବାସୀଙ୍କୁ ମାଡ଼ ମାରିଥିଲେ ଓ ତାଙ୍କ ଉପରୁ ପାଣି ଭର୍ତ୍ତି ଗ୍ଲାସ ଫିଙ୍ଗିଥିଲେ। ଏଲଏନଜି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ଭାବେ ଅବାସୀଙ୍କୁ ଗିରଫ କରାଯାଇଛି। ଅପରପକ୍ଷରେ ନାବ ନିର୍ଦେଶକ ଇର୍ଫାନ ନଇମ ପୂର୍ବତନ ପ୍ରଧାନମନ୍ତ୍ରୀ ଅବାସୀଙ୍କ ସହ ମାରପିଟ ଖବରକୁ ଖଣ୍ଡନ କରିଛନ୍ତି। ପଚରାଉଚୁରା ଦଳରେ ଥିବା ମହମ୍ମଦ ଜୁବେର ପରିସ୍ଥିତିକୁ ସମ୍ଭାଳି ନେଇଥିଲେ ବୋଲି ସେ କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories