www.samajalive.in
Tuesday, December 9, 2025
17.1 C
Bhubaneswar

ଘରକୁ ସ୍ୱଚ୍ଛ କରିବା ପାଇଁ ଏପରି କରନ୍ତୁ ଲେମ୍ବୁର ବ୍ୟବହାର

ଲେମ୍ବୁର ବହୁ ଉପକାରୀ ଗୁଣ ରହିଛି। ଲେମ୍ବୁକୁ ଆମେ ସରବତ କରି ପିଇବା ପରେ ଏହାର ଚୋପାକୁ ଫୋପାଡ଼ି ଦେଇଥାଉ। ମାତ୍ର ଘରକୁ ସଫା କରିବାରେ ଏହାର ଚୋପା ଓ ରସ ବହୁ ଲାଭ ଦାୟକ ଅଟେ। ଲେମ୍ବୁର ଚୋପାରେ ଯେକୌଣସି ଦ୍ରବ୍ୟକୁ ସଫା କଲେ ଏହା ସଫା ହେବା ସହ ଏହାର ଚମକ ମଧ୍ୟ ବଢି ଥାଏ। ଜାଣନ୍ତୁ ଘରକୁ ସଫା କରିବା ନିମନ୍ତେ କିପରି କରିବେ ଲେମ୍ବୁର ବ୍ୟବହାର ….
ସିଙ୍କ୍‍କୁ ସଫା କରିବା ନିମନ୍ତେ –
ରୋଷେଇ ଘରର ସିଙ୍କ୍‍ ରେ  ସର୍ବଦା ପାଣି ,ବାସନକୁସନ ଆଦି ରହି ରହି ଏହା ଅପରିଷ୍କାର ହୋଇ ଦାଗ ହୋଇଯାଏ। ସିଙ୍କ୍‍ ରେ ଲେମ୍ବୁ ରସରେ ଲୁଣ ମିଶାଇ କିମ୍ବା ଲେମ୍ବୁ ଚୋପାରେ ଲୁଣ ଲଗାଇ ଘଷି କିଛି ସମୟ ରଖି ଧୋଇ ଦିଅନ୍ତୁ। ଏହା ଖୁବ ଭଲ ଭାବେ ସଫା ହୋଇଯିବ।
ଡ଼ବାର ଦାଗ ଦୂର ପାଇଁ –
ଡ଼ବା ଗୁଡ଼ିକର ଖୋଳରେ ଓ ଡ଼ବାରେ ଥିବା ଦାଗ ସହଜରେ ଲିଭି ନଥାଏ। ଲେମ୍ବୁ ରସକୁ ଲଗାଇ ଓ ଏହାର ଚୋପାରେ ଘଷି ରଖନ୍ତୁ। କିଛି ସମୟ ପରେ ଧୋଇ ଦିଅନ୍ତୁ। ଦାଗ ସଂପୂର୍ଣ୍ଣ ଦୂର ହୋଇଯିବ।
ଏତଦ୍‍ ବ୍ୟତୀତ ରୋଷେଇ ଘରର ବହୁ ସ୍ଥାନରେ ତେଲର ଚିକଟା ଦାଗ ରହିଯାଏ। ଲେମ୍ବୁ ରସରେ ସାମାନ୍ୟ ଲୁଣ ମିଶାଇ ଏହି ତେଲର ଚିକଟା ସ୍ଥାନରେ ଘଷନ୍ତୁ। ଏହି ଚିକଟା ସଂପୂର୍ଣ୍ଣ ସଫା ହୋଇଯିବ।
ଘରର କାଚ କବାଟ, ଝରକା ଆଦିକୁ ସଫା କରିବା ନିମନ୍ତେ ଲେମ୍ବୁରେ ଘଷିଲେ ଏହା ମଧ୍ୟ ଖୁବ ଭଲ ଭାବେ ସଫା ହୋଇଯାଏ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories