www.samajalive.in
Monday, December 8, 2025
27.1 C
Bhubaneswar

ଝାରସୁଗୁଡ଼ାରେ ଏନକାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ ଆହତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଛୁଆଲିବେରନାରେ ଶନିବାର ଏକ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ପ୍ରସାଦ  ଆହତ ହୋଇଛନ୍ତି । ବିନୋଦର ଡ଼ାହଣ ଗୋଡ଼ରେ ଗୁଳି ବଜିଥିବା ଜଣା ପଡ଼ିଛି । ଗୁରୁତର ଅବସ୍ଥାରେ ତାକୁ ଜିଲା ମୁଖ୍ୟ ଚିକିତ୍ସାଳୟକରେ ଭର୍ତ୍ତି କରାଯାଇଛି । ତା’ ପାଖରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଜବତ କରାଯାଇଛି । ବିନୋଦ ଅମିତ ଧଳ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସୋନୁ ଘୋଷର ସହଯୋଗୀ, ତା ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି ।

ମିଳିଥିବା ସୂଚନା ଅନୁଯାୟୀ,  ରାତି ୩ଟା ସମୟରେ ବିନୋଦ ଏକ ବଡ଼ ଧରଣର ଅପରାଧ ଘଟାଇବା ଉଦ୍ଦେଶ୍ୟରେ ବାହାରିଥିଲା । ଏନେଇ ଖବର ପାଇ ବ୍ରଜରାଜନଗର ଆଇଆଇସି ବିଶ୍ଵାମିତ୍ର ହରିପାଲଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ତା ପିଛା କରିଥିଲା। ସେହି ସମୟରେ ସେ ପୋଲିସ ଉପରକୁ ୨ ରାଉଣ୍ଡ ଗୁଳି ମାରି ଖସି ଯିବାକୁ ଚେଷ୍ଟା କରିଥିଲା । ପୁଲିସ ପକ୍ଷରୁ ଆତ୍ମ ସୁରକ୍ଷା ପାଇଁ ପାଲଟା ଗୁଳି ଚାଳନା କରାଯାଇଥିଲା ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories