www.samajalive.in
Monday, December 8, 2025
20.1 C
Bhubaneswar

ରର୍ବଟ ଭଦ୍ରାଙ୍କୁ ଆଶ୍ବସ୍ତି, ବିଦେଶ ଗସ୍ତ ପାଇଁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଦିଲ୍ଲୀର ଏକ ସ୍ବତନ୍ତ୍ର ଅଦାଲତ ଶୁକ୍ରବାର କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର ବିଚାରପତି ଅରବିନ୍ଦ କୁମାର ରବର୍ଟ ଭଦ୍ରାଙ୍କୁ ସେପ୍ଟେମ୍ବର ୨୧ରୁ ଅକ୍ଟୋବର ୮ ମଧ୍ୟରେ ସ୍ପେନ ଗସ୍ତ କରିବାକୁ ଅନୁମତି ଦେଇଛନ୍ତି । ତେବେ ଗସ୍ତ କାର୍ଯ୍ୟସୂଚୀ ବିଷୟରେ କୋର୍ଟକୁ ଜଣାଇବାକୁ ରବର୍ଟ ଭଦ୍ରାଙ୍କୁ କୁହାଯାଇଛି ।

ସୂଚନା ଅନୁସାରେ ବ୍ୟବସାୟ ନିମନ୍ତେ ବିଦେଶ ଗସ୍ତ ପାଇଁ ରର୍ବଟ ଅନୁମତି ମାଗିଥିଲେ । ବେଆଇନ ଅର୍ଥ କାରବାର ନେଇ ତାଙ୍କ ବିରୋଧରେ ଥିବା ମାମଲାର ତଦନ୍ତ ଜାରି ରହିଛି । ଏହି ମାମଲାରେ ସେ ଅଗ୍ରୀମ ଜାମିନ ପାଇଛନ୍ତି । ତେଣୁ ତାଙ୍କୁ ଅନୁମତି ନଦେବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଦାଲତରେ ଯୁକ୍ତି ଉପସ୍ଥାପନ କରିଥିଲା । ମାତ୍ର ଅଦାଲତ ସମସ୍ତ ପକ୍ଷ ଶୁଣିବା ପରେ ତାଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ଦେଇଛନ୍ତି । ଲଣ୍ଡନରେ ୧୯ ଲକ୍ଷ ପାଉଣ୍ଡ ମୂଲ୍ୟର ଏକ ସମ୍ପତ୍ତି କିଣା ମାମଲାରେ ସେ ଅଭିଯୁକ୍ତ ଅଛନ୍ତି ଓ ସେନେଇ ମାମଲା ଚାଲିଛି ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories