www.samajalive.in
Monday, December 8, 2025
27.1 C
Bhubaneswar

‘ଆୟେଶା’ କୁ ବିରୋଧ କରି ମୁସଲିମ୍ ସମ୍ପ୍ରଦାୟର ଶୋଭାଯାତ୍ରା

ଧାମନଗର : ମୁସଲମାନ ଜାତିର ପବିତ୍ର ମା’ ହଜରତ ବିବି ଆୟେଶାଙ୍କର ନାମରେ ବିକୃତ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିବା ପ୍ରତିବାଦରେ ଶୁକ୍ରବାର ଧାମନଗର ମୁସଲିମ୍ ସମ୍ପ୍ରଦାୟ ପକ୍ଷରୁ ନିରବ ଶୋଭାଯାତ୍ରା କରାଯାଇଛି । ଉକ୍ତ ଚଳଚ୍ଚିତ୍ର ‘ଆୟେଶା’କୁ ନିଷେଧ କରିବା ସହ ନିର୍ମାତା ୱସିମ ରିଜୱିକୁ ଫାଶି ଦେବାକୁ ଦାବି କରାଯାଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯାଇଛି। ମୁକ୍ତିଲାଭ ହେବାକୁ ଥିବା ସେହି ବିବାଦୀୟ ଚଳଚ୍ଚିତ୍ର ପବିତ୍ର ଇସଲାମ୍ ଧର୍ମକୁ ଆକ୍ଷେପ କରୁଥିବାରୁ ଏହାକୁ ପ୍ରତିବାଦ କରି ଆଜି ସକାଳେ ଧାମନଗର ହଜାର ହଜାର ମୁସଲମାନ ଧାମନଗର ଖାନକା ପରିସରରେ ଏକତ୍ରିତ ହୋଇଥିଲେ । ପରେ ସେମାନେ ହାତରେ ପ୍ଲା କାଡ୍‌ ଏବଂ ବ୍ୟାନର ଧାରି ନିରବ ଶୋଭଯାତ୍ରାରେ ବଜାର ପରିକ୍ରମା କରି ଧାମନଗର ତହସିଲ କାର୍ଯ୍ୟାଳୟକୁ ଯାଇଥିଲେ । ଶେଷରେ ଶୋଭାଯାତ୍ରାକାରୀଙ୍କ ପ୍ରତିନିଧି ଦଳ ଧାମନଗର ତହସିଲଦାରଙ୍କୁ ଭେଟି ଚଳଚ୍ଚିତ୍ରକୁ ନିଷେଧ କରିବା ସହ ୱସିମ ରିଜୱିକୁ ଫାଶି ଦେବା ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories