www.samajalive.in
Monday, December 8, 2025
20.1 C
Bhubaneswar

କେନ୍ଦ୍ର ଉପରେ ବର୍ଷିଲେ ସୋନିଆ ଗାନ୍ଧୀ; କହିଲେ- ଜନାଦେଶର ଦୁରୁପଯୋଗ କରୁଛନ୍ତି ସରକାର

ନୂଆଦିଲ୍ଲୀ : କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଗୁରୁବାର ଆର୍ଥିକ ମାନ୍ଦାବସ୍ଥାକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି। ବିଜେପି ପ୍ରତିଶୋଧର ରାଜନୀତି କରୁଛି ବୋଲି ସୋନିଆ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ଓ କର୍ମୀଙ୍କୁ ସମ୍ବୋଧିତ କରି ସୋନିଆ କହିଛନ୍ତି ଯେ ଏବେ ଭାରତରେ ଗଣତନ୍ତ୍ର ବିପଦରେ ଅଛି। ସରକାର ଜନାଦେଶର ଦୁରୁପଯୋଗ କରୁଛନ୍ତି। ନିଜ ଏଜେଣ୍ଡା ପୂରଣ କରିବା ପାଇଁ କେନ୍ଦ୍ର ସକରାର ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ ଏବଂ ଭୀମରାଓ ଆମ୍ବେଦକରଙ୍କ ଭଳି ସ୍ୱାଧୀନତା ସଂଗ୍ରାମୀଙ୍କ ବାର୍ତ୍ତାକୁ ଭୁଲ ଭାବେ ବାଖ୍ୟା କରୁଛନ୍ତି। କେବଳ ସାମାଜିକ ମଣମାଧ୍ୟମରେ ସକ୍ରିୟ ରହିବା ପର୍ଯ୍ୟାପ୍ତ ନୁହେଁ କଂଗ୍ରେସକୁ ଏବେ ଆନ୍ଦୋଳ କରିବାକୁ ପଡ଼ିବ। ସୋନିଆ ଦଳର ସାଧାରଣ ସମ୍ପାଦକ, ପ୍ରଦେଶର ପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଏବଂ ଅନ୍ୟ ନେତାଙ୍କୁ ସମ୍ବୋଧିତ କରି ଉପରୋକ୍ତ କଥା କହିଛନ୍ତି। ଏହି ଅବସରରେ ସୋନିଆ ୨୦୦୭-୨୦୦୯ ଆର୍ଥିକ ମାନ୍ଦାବସ୍ଥାରୁ କେମିତି ତାଙ୍କ ସରକାର ବାହାରିଥିଲା ତାହା ଉପରେ କହିଥିଲେ। ଲୋକଙ୍କ ପାଖକୁ ଯିବାକୁ ଓ କଂଗ୍ରେସର ଉପଲବ୍ଧିକୁ ପହଞ୍ଚାଇବା ପାଇଁ ସେ କର୍ମୀ ଓ ନେତାଙ୍କୁ ଆହ୍ୱାନ ଦେଇଥିଲେ। ଦଳର ଅନ୍ତରୀଣ ଅଧ୍ୟକ୍ଷ ହେବାର ପ୍ରାୟ ମାସେ ପରେ ସୋନିଆ ଦଳର ନେତାଙ୍କ ସହ ପ୍ରଥମ ବୈଠକ କରିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories