www.samajalive.in
Monday, December 8, 2025
20.1 C
Bhubaneswar

ଭଲ ରାସ୍ତା ଯୋଗୁ ଦୁର୍ଘଟଣା ବଢୁଛି: କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନୂଆ ମୋଟର ଯାନ ଆଇନକୁ ନେଇ କର୍ଣ୍ଣାଟକ ଉପ ମୁଖ୍ୟମନ୍ତ୍ରୀ ଗୋବିନ୍ଦ କରଜୋଲ ଅଜବ ମନ୍ତବ୍ୟ ଦେଇଛନ୍ତି। ଦେଶରେ ବଢୁଥିବା ଦୁର୍ଘଟଣା ପାଇଁ ସେ ଉନ୍ନତ ମାନର ସଡ଼କକୁ ଦାୟୀ କରିଛନ୍ତି। ଗୋବିନ୍ଦ କହିଛନ୍ତି, ଭଲ ରାସ୍ତା ହେବା କାରଣରୁ ବଡ଼ ବଡ଼ ଦୁର୍ଘଟଣା ଘଟୁଛି। ଗାଡ଼ି ଚାଳକ ଘଣ୍ଟା ପ୍ରତି ୧୨୦ରୁ ୧୬୦ କିଲୋମିଟର ବେଗରେ ଗାଡ଼ି ଚଲାଉଛନ୍ତି, ଯେଉଁଥିପାଇଁ ଦୁର୍ଘଟଣା ଘଟୁଛି। ଅଧିକାଂଶ ଦୁର୍ଘଟଣା ଜାତୀୟ ରାଜପଥରେ ଘଟୁଛି। ତେଣୁ ମୋଟର ଯାନ ଆଇନରେ ଅଧିକ ପରିମାଣର ଜରିମାନା ଲାଗୁ କରାଯିବାକୁ ମୁଁ ସମର୍ଥନ କରୁ ନାହିଁ। ଆମେ କ୍ୟାବିନେଟ ମିଟିଂରେ ଜରିମାନାରେ ସଂଶୋଧନ କରିବା ଉପରେ ନିଷ୍ପତ୍ତି ନେବୁ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପା ଗୁଜରାଟ ଭଳି କର୍ଣ୍ଣାଟକରେ ବି ଜରିମାନା ବାବଦ ଅର୍ଥରାଶି ହ୍ରାସ କରିବା ଲାଗି ନିର୍ଦେଶ ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories