www.samajalive.in
Tuesday, December 9, 2025
16.1 C
Bhubaneswar

ବୈତରଣୀ ତଳମୁଣ୍ଡରେ ବଢୁଛି ଜଳସ୍ତର

ଆରଡି:ବୈତରଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ ଗତ ୨ଦିନ ହେଲା ଚାନ୍ଦବାଲି ବ୍ଲକର ଆରଡି, ନାନ୍ଦପୁର, ଓଳଗ ଓ ସୁନ୍ଦରପୁର ପଞ୍ଚାୟତ ଦେଇ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଏପଟେ ଏକାଦଶି ତିଥି ଥିବାରୁ ସମୁଦ୍ରର ଜୁଆରୀଆ ରହୁଥିବାରୁ ଉପରମୁଣ୍ଡରୁ ଆସୁଥିବା ବନ୍ୟାଜଳ ଠିକ ଭାବେ ନିଷ୍କାସିତ ନହେବା ସହ ତଳିଆ ଅଞ୍ଚଳ ଗୁଡିକରେ ବିଭିନ୍ନ ଏସକେପ ଓ ମାହାରା ଦେଇ ବନ୍ୟାଜଳ ଚାଷଜମୀକୁ ମାଡିବାରେ ଲାଗିଛି। ବୈତରଣୀ ନଦୀର ସୁନ୍ଦରପୁର ଠାରୁ ମୁଆଁ ଘାଟ ପର୍ୟ୍ୟନ୍ତ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ ସୁଦୃଢ କରିବା ପାଇଁ ପ୍ରାୟ ୧୦କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ୫ରୁ ୬ଟି ସ୍ଥାନରେ ନଦୀବନ୍ଧ ଅତ୍ୟନ୍ତ ଦୃବଳ ଥିବାରୁ ସୁନ୍ଦରପୁର ଗାଁ ନିକଟରେ ନଦୀବନ୍ଧରୁ ପାଣି ଝର ପଡୁଥିବାରୁ ବନ୍ୟାଜଳ ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି। ସେପଟେ ଶୀତଳପୁର ଗାଁ ନିକଟରେ ବିଗତ ୧୦ବର୍ଷ ହେବ ଶାଳନ୍ଦୀ ନଦୀବନ୍ଧ କୂଳ ଖାଇ ସମ୍ପୁର୍ଣ୍ଣ ଲିନ୍ନ ହୋଇଥିବାରୁ ସାମନ୍ୟ ଜୁଆରପାଣି ଅଟକାଇବା ପାଇଁ ବିଭାଗ ସ୍ଥାୟୀ ପଦକ୍ଷପ ନେଉନଥିବାରୁ ଅନେକ ସମୟରେ ନଈକୂଳିଆବାସୀଙ୍କ ଧନଜୀବନ ହାନି ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ବିଶେଷକରି ନଦୀରେ ହିଂସ୍ର କୁମ୍ଭୀର ଥିବାରୁ ପରିବାର ଲୋକଙ୍କୁ ପାଳି କରି ଜଗି ରହୁଛନ୍ତି ମୁରବୀମାନେ। ଚଳିତବର୍ଷ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧରେ ବାଲି ବସ୍ତା ପକା ଯାଇଥିଲେ ମଧ୍ୟ ବନ୍ୟା ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରିଛନ୍ତି ନଦୀକୂଳରେ ବସବାସ କରୁଥିବା ପରିବାରମାନେ। ସେହିପରି ଦୋହରାପାଟଣା, ବାଲିଘାଈ, ଷାଠିବାଙ୍କୁଡା ଓ ବୋଡକ ନିକଟରେ ପ୍ରତିଦିନ ନଦୀବନ୍ଧରୁ ବଡବଡ ଅତଡା ଖସୁଥିବାରୁ ତାହା ଅତ୍ୟନ୍ତ ଦୃବଳ ଅବସ୍ଥାରେ ରହିଛି। ଚଳିତ ବନ୍ୟା ବଡଧରଣ ନହୋଇଥିଲେ ମଧ୍ୟ ନଈ ଫୁଲିବା ଫଳରେ ଉକ୍ତ ଅଞ୍ଚଳର ନଦୀକୂଳିଆବାସିଙ୍କ ନିଦ ହଜି ଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories