www.samajalive.in
Monday, December 8, 2025
27.1 C
Bhubaneswar

ଆସନ୍ତାକାଲି ବଜାରକୁ ଆସିବ ‘ଆଇଫୋନ-୧୧’

ନୂଆଦିଲ୍ଲୀ : ଆସନ୍ତାକାଲି ବଜାର ପ୍ରବେଶ କରିବ ଆପଲର ୧୧ସିରିଜ ଆପଲ୍ ‘ଆଇଫୋନ୍ -୧୧’। ସିଲିକନ୍ ଭ୍ୟାଲିର ଏକ କ୍ୟାମ୍ପସରେ ଆପଲର ଏହି ଫୋନକୁ ଲଞ୍ଚ କରାଯିବ। ଲଞ୍ଚ ହେବାକୁଥିବା ଏହି ଫୋନ ସହିତ ଆଉ ତିନୋଟି ଫୋନ ଲଞ୍ଚ ହେବ। ଖବର ଅନୁସାରେ ଆପଲ ଏଥର ଚାରୋଟି ରଙ୍ଗରେ ଫୋନ ଲଞ୍ଚ କରିବ। ଯେଉଁଥିରେ ଗ୍ରୀନ, ନୀଳ, ହଳଦିଆ, ଲାଲ ଏବଂ ପର୍ପଲ ରଙ୍ଗ ସାମିଲ ରହିଛି। ଏହି ଫୋନର ମୂଲ୍ୟ ୧ଲକ୍ଷ, ୧ହଜାର, ୯୯୦ଟଙ୍କା।
ସୂଚନା ଅନୁସାରେ, ଆସନ୍ତାକାଲି ଲଞ୍ଚହେବାକୁ ଥିବା ଫୋନମାନଙ୍କ ମଧ୍ୟରେ ରହିଛି- ଆଇଫୋନ-୧୧ମାକ୍ସ ପ୍ରୋ, ଆଇଫୋନ-୧୧ ଆର, ଆଇଫୋନ-୧୧। ଏହାପୂର୍ବରୁ କମ୍ପାନୀ ତରଫରୁ ଆଇଫୋନ ଏକ୍ସଆର, ଆଇଫୋନ ଏକ୍ସଏସ୍, ଆଇଫୋନ ଏକ୍ସଏସ୍ ଲଞ୍ଚ କରାଯାଇଥିଲା।
ଫୋନରେ ଟ୍ରିପଲ କିମ୍ବା ଡୁଆଲ କ୍ୟାମେରା ସେଟଅପ ରହିପାରେ। ଫୋନରେ ଓଏଲଇଡି କିମ୍ବା ଏଲସିଡି ଡିସପ୍ଲେ ରହିଛି। ଏହାସହିତ ଏ୧୩ ପ୍ରୋସେସର ରହିବାର ଅନୁମାନ କରାଯାଉଛି। ଏହାବ୍ୟତୀତ ଏଥିରେ ଉନ୍ନତ ଧରଣର ସିକ୍ୟୁରିଟି ସିଷ୍ଟମ ଦିଆଯିବ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories