www.samajalive.in
Monday, December 8, 2025
27.1 C
Bhubaneswar

ଆଗ୍ରାର ଜିଲା ହସ୍ପିଟାଲରେ ଅଗ୍ନିକାଣ୍ଡ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲାର ଏକ ହସ୍ପିଟାଲରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଅକ୍ଳାନ୍ତ ଉଦ୍ୟମ ପରେ ନିଆଁକୁ ଆୟତ୍ତ କରିଛନ୍ତି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ସକାଳ ପ୍ରାୟ ୯ଟାରେ ଜିଲା ହସ୍ପିଟାଲର ଚକ୍ଷୁ ରୋଗ ବିଭାଗ ନିକଟରେ ଥିବା ଔଷଧ କାଉଣ୍ଟରରେ ନିଆଁ ଲାଗିଥିଲା। ସେଠାରେ ଉପସ୍ଥିତ ଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ କାଉଣ୍ଟରରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ । ଚାହୁଁଚାହୁଁ ନିଆଁରେ ସମ୍ପୂର୍ଣ୍ଣ ଔଷଧ କାଉଣ୍ଟରଟି ଜଳି ଯାଇଥିଲା। ଖବରପାଇ ତୁରନ୍ତ ଘଟଣାସ୍ଥଳରେ ଦମକଳ କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ । ନିଆଁରେ ଅନେକଗୁଡିକ ଔଷଧ ଜଳି ଯାଇଥିବା ଜଣାପଡିଛି । ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories