www.samajalive.in
Sunday, December 7, 2025
26.1 C
Bhubaneswar

ଭାରତୀୟ ସଂସ୍କୃତିରେ ପୃଥିବୀ ଆମର ମା’, ଏହାର ସୁରକ୍ଷା ଆମ କର୍ତ୍ତବ୍ୟ: ମୋଦୀ

ନଏଡା: ଉତ୍ତରପ୍ରଦେଶର ଗ୍ରେଟର ନଏଡ଼ାଠାରେ ଆୟୋଜିତ କପ୍‌-୧୪(ଗ୍ଲୋବାଲ କନଭେନଶନ କୋଅପରେଶନ ଅଫ୍‌ ପାର୍ଟିଜ)ରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଭାରତୀୟ ସଂସ୍କୃତିରେ ପ୍ରକୃତି ଏବଂ ମନୁଷ୍ୟ ମଧ୍ୟରେ ରହିଥିବା ସମ୍ପର୍କ ବିଷୟରେ ଆଲୋକପାତ କରିଛନ୍ତି। ମୋଦୀ କହିଛନ୍ତି, ଭାରତୀୟ ସଂସ୍କୃତିରେ ପୃଥିବୀ ହେଉଛି ଆମର ମା’। ଏହାର ସୁରକ୍ଷା ଆମର କର୍ତ୍ତବ୍ୟ। ଆମେ ସକାଳୁ ଉଠି ଯେତେବେଳେ ପୃଥିବୀକୁ ସ୍ପର୍ଶ କରି ପ୍ରଣାମ କରୁଛୁ, ତାହାର ଅର୍ଥ ହେଉଛି ଆମେ ତା’କୁ ଧନ୍ୟବାଦ ଦେଉଛୁ। ବର୍ତ୍ତମାନ ସମୟରେ ସାରା ବିଶ୍ଵ ଜଳବାୟୁ ପରିବର୍ତ୍ତନ ସମସ୍ୟାରେ କବଳିତ ହୋଇଛି। ଭାରତ ପ୍ରକୃତିର ରକ୍ଷା କରିବା ଲାଗି ସବୁ ପ୍ରକାର ପ୍ରୟାସରେ ଆଗରେ ରହିବ। ଏଥିପାଇଁ ଭାରତ ଅନେକ ପଦକ୍ଷେପ ନେଉଛି। ଜଳ ସଂରକ୍ଷଣ ଯୋଜନା ପ୍ରସ୍ତୁତ କରିବାକୁ ମୋଦୀ ଏହି ଅବସରରେ ଆହ୍ବାନ କରିଥିଲେ।

ମୋଦୀ ଆହୁରି କହିଥିଲେ, କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଭାରତ ଉଦ୍ୟମ ଚଳାଇଛି। ଶୂନ ବଜେଟ ନ୍ୟାଚୁରାଲ ଫାର୍ମିଂ ଉପରେ ବି ଆମେ ଧ୍ୟାନ ଦେଉଛୁ। ପୃଥିବୀ ପ୍ରତି ବିପଦ ସାଜିଥିବା ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଚେଷ୍ଟା କରୁଛୁ। ଆମେ ପ୍ରକୃତିର ସଂରକ୍ଷଣ ଦିଗରେ ସମସ୍ତଙ୍କ ଉଦ୍ୟମ ଲୋଡୁଛୁ। ସ୍ବଚ୍ଛ ଭାରତ ଅଭିଯାନରେ ସବୁ ବର୍ଗର ଲୋକେ ସାମିଲ ହୋଇଛନ୍ତି। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବନ୍ଦ କରିବାରେ ମଧ୍ୟ ସମସ୍ତଙ୍କ ସହାୟତା ଚାହୁଁଛୁ ବୋଲି ମୋଦୀ କହିଥିଲେ।

- Advertisement -

ଭାରତ ନିଜର ମିତ୍ର ରାଷ୍ଟ୍ରଗୁଡ଼ିକର ଭୂମି ବିକାଶରେ ବି ସହାୟତା କରିବାକୁ ତତ୍ପର ରହିଛି। ଆମ ପୂର୍ବଜମାନଙ୍କ ଚିନ୍ନାଧାରା ଉନ୍ନତ ଥିଲା। ସେମାନେ ‘ମୁଁ ଆଉ ଆମେ’ର ସମ୍ପର୍କରେ ବିଶ୍ଵାସ ରଖୁଥିଲେ। ସମସ୍ତଙ୍କ ବିକାଶ କଥା ଚିନ୍ତା କରୁଥିଲେ। ଜଳ, ସ୍ଥଳ, ବାୟୁ, ଜଙ୍ଗଲ,  ପଶୁ, ପକ୍ଷୀ ସମସ୍ତଙ୍କ ସହିତ ସମ୍ପର୍କ ସ୍ଥାପନ ପାଇଁ କହୁଥିଲେ। ସାରା ବିଶ୍ଵ ଗୋଟିଏ ପରିବାର ବୋଲି ସେମାନଙ୍କ ଧାରଣା ରହିଥିଲା ଏବଂ ଆମକୁ ମଧ୍ୟ ଏହାକୁ ଦୃଷ୍ଟିରେ ରଖି କାମ କରିବାକୁ ପଡ଼ିବ।

ସୂଚନାଯୋଗ୍ୟ, ଏହି ସମ୍ମେଳନରେ ୧୯୬ ଦେଶର ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। କିନ୍ତୁ ପାକିସ୍ତାନର କୌଣସି ପ୍ରତିନିଧି ସାମିଲ ହୋଇନାହାନ୍ତି।

 

 

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories