www.samajalive.in
Tuesday, December 9, 2025
16.1 C
Bhubaneswar

ଭିଜିଲାନ୍ସ ଜାଲରେ ପୁଲିସ ଏଏସଆଇ

କଳାହାଣ୍ଡି : କଳାହାଣ୍ଡି ଜିଲାର ଗୋଲାମୁଣ୍ଡା ଥାନା ଏଏସଆଇ ରାଜ କପୁର ବେହେରା ରବିବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏକ ଜମିଜମା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, କିଛିଦିନ ତଳେ ଡୁମକେଲ ଗ୍ରାମର ତ୍ରିନାଥ ନାଏକ ନାମକ ଜଣେ ବ୍ୟକ୍ତିକୁ ଏକ ଜମିଜମା ମାମଲାରେ ପୁଲିସ ଗିରଫ କରିଥିଲା। ଏହାପରେ ସେ ଜାମିନରେ ଆସିବା ପରେ ଉକ୍ତ ଘଟଣାରେ ନିଜ ପରିବାରର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ନ କରିବା ପାଇଁ ରାଜ କପୁରଙ୍କ ସହ କଥାବାର୍ତ୍ତା କରିଥିଲା। ଏଥିପାଇଁ ରାଜ କପୁର ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପୂର୍ବରୁ ସେ ୭ ହଜାର ଟଙ୍କା ନେଇଥିଲେ ଏବଂ ଆଜି ୧୦ ହଜାର ଟଙ୍କା ନେଉଥିବା ବେଳେ କଳାହାଣ୍ଡି ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories