www.samajalive.in
Monday, December 8, 2025
27.1 C
Bhubaneswar

ପତ୍ନୀଙ୍କ ଏହି କାର୍ଯ୍ୟ ପତିଙ୍କୁ କରିଥାଏ ଭାଗ୍ୟବାନ

ହିନ୍ଦୁ ଶାସ୍ତ୍ରରେ ପତ୍ନୀଙ୍କୁ ପତିଙ୍କ ଅର୍ଦ୍ଧାଙ୍ଗିନୀ ବୋଲି କୁହାଯାଏ। ଦମ୍ପତ୍ତିଙ୍କ ଭାଗ୍ୟ ପରସ୍ପର ସହ ଜଡ଼ିତ ବୋଲି ମଧ୍ୟ ମାନ୍ୟତା ରହିଛି। ତେଣୁ ବିବାହ ପରେ ବ୍ୟକ୍ତିଙ୍କ ଭାଗ୍ୟରେ ବହୁ ପରିବର୍ତ୍ତନ ଆସିଥାଏ। ମାତ୍ର ଜ୍ୟୋତିଷ ଶାସ୍ତ୍ରରେ ଏପରି କେତେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି ଯେଉଁ ନିୟମକୁ ପତ୍ନୀ ପାଳନ କଲେ ପତିଙ୍କ ପାଇଁ ଖୁବ ମଙ୍ଗଳ ଓ ଶୁଭଫଳ ପ୍ରଦାନ କରିଥାଏ। ଜାଣନ୍ତୁ ଏହା ବିଷୟରେ ….
ଶାସ୍ତ୍ରରେ ମହିଳାଙ୍କୁ ଗୃହର ଲକ୍ଷ୍ମୀ ବୋଲି କୁହାଯାଏ। ଯେଉଁ ମହିଳା ପ୍ରତିଦିନ ନିଷ୍ଠାର ସହ ପୂଜାର୍ଚ୍ଚନା କରନ୍ତି, ତେବେ ଏହାର ଶୁଭଫଳ ତାଙ୍କ ପତିଙ୍କୁ ନିଶ୍ଚୟ ମିଳିଥାଏ। ପତିଙ୍କୁ କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ।
ଗୃହର ମହିଳା ନିୟମିତ ସକାଳ ସମୟରେ ଉଠି ସର୍ବ ପ୍ରଥମେ ସ୍ନାନ କରିବା ଉଚିତ। ଏହାପରେ ତୁଳସୀଙ୍କ ନିକଟରେ ଏକ ଲୋଟା ଜଳ ଅର୍ପଣ କରି ଘରର ମଙ୍ଗଳ କାମନା କରିବା ଉଚିତ।
ତମ୍ବା ଲୋଟାରେ ଜଳ ପୂର୍ଣ୍ଣ କରି ସମ୍ପୂର୍ଣ୍ଣ ଗୃହରେ ଛିଞ୍ଚନ କରିବା ଦ୍ୱାରା ଘରର ବାତାବରଣ ଶୁଦ୍ଧ ହୋଇଥାଏ ଓ ନକରାତ୍ମକ ଶକ୍ତି ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।
ଏହି ଉପାୟ ପ୍ରତିଦିନ ପାଳନ କଲେ ଦାମ୍ପତ୍ୟ ଜୀବନ ସୁଖମୟ ଓ ଗୃହରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories