www.samajalive.in
Thursday, December 11, 2025
26.1 C
Bhubaneswar

ଆଜି ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ ; ବିସର୍ଜନ ହେବ ୪୦୦ରୁ ଅଧିକ ପ୍ରତିମା

 

କଟକ : କଟକ କମିସନରେଟ ପୁଲିସ ନିଷ୍ପତ୍ତି ଅନୁଯାୟୀ ରବିବାର ସହରରେ ପ୍ରଥମ ପର୍ଯ୍ୟାୟ ଗଣେଶ ଭସାଣ ଅନୁଷ୍ଠିତ ହେବାକୁ ଯାଉଛି। ଭସାଣ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜେ,ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସହରରେ ଚଳିତବର୍ଷ ୧୫୫୦ରୁ ଅଧିକ ଗଣେଶ ପ୍ରତିମା ନିର୍ମିତ ହୋଇଛି। ଆଇନ୍‍ ଶୃଙ୍ଖଳା ପରିସ୍ଥିତିକୁ ଏଡାଇବା ପାଇଁ ସହରରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ନିୟୋଜିତ ହେବେ।

- Advertisement -

ପୂର୍ବପରି ଚଳିତ ବର୍ଷ ସହରରେ ୩ଟି ପର୍ଯ୍ୟାୟ(ଛୁଟିଦିବସ)ରେ ଗଣେଶ ଭସାଣ କରାଯିବାକୁ ନିଷ୍ପତ୍ତି ହୋଇଛି। ତଦ୍‍ନୁଯାୟୀ ଆଜି ଭସାଣ ପାଇଁ ୪୦୦ରୁ ଊର୍ଦ୍ଧ୍ବ ପୂଜା କମିଟି ଏବଂ କ୍ଲବ ପକ୍ଷରୁ ଲାଇସେନ୍ସ ଆବେଦନ କରିଥିବା ଡିଆଇବି ଏସିପି ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି। ପ୍ରଥମ କରି ଡିଜେ ସାଉଣ୍ଡକୁ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ଯଦି କୌଣସି ପ୍ରତିମାରେ ଡିଜେ ଯନ୍ତ୍ର ଦେଖିବାକୁ ମିଳିବ ତାହାକୁ ସେଠାରେ ଜବତ କରାଯିବା ସହିତ ସଂପୃକ୍ତ ପ୍ରତିମାର କର୍ମକର୍ତ୍ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ସେହିପରି ଡାକବାଜି ଉପରେ ବହୁ କଟକଣା ଜାରି କରାଯାଇଛି। ଗୋଟିଏ ବ୍ୟାଣ୍ଡ୍‍ପାର୍ଟିରେ ୬ଟି ସାଉଣ୍ଡ ବକ୍ସ ସହ ୩ଟି ଟ୍ରଲିରେ ଭସାଣ ଶୋଭାଯାତ୍ରା ସାମିଲ ହେବ। ଏଥିସହ ରାତି ୧୦ଟାରେ ସମସ୍ତ ବାଜା ବନ୍ଦ କରିବା ଉପରେ କଟକଣା ଜାରି କରାଯାଇଛି। ଶୋଭାଯାତ୍ରାରେ କୌଣସି କ୍ଲବ କିମ୍ବା ପୂଜାକମିଟି ଶବ୍ଦ ପ୍ରଦୂଷଣ କରିବେ, ତେବେ ସେମାନଙ୍କ ଉପରେ ଆଇନ ଅନୁଯାୟୀ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାଛଡ଼ା ବ୍ୟାଣ୍ଡପାର୍ଟିଗୁଡିକରେ ସାଉଣ୍ଡ ଲିମିଟର ଯନ୍ତ୍ର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି। ବିନା ସାଉଣ୍ଡ ଲିମିଟର ଯନ୍ତ୍ରରେ କୌଣସି ବ୍ୟାଣ୍ଡପାର୍ଟିକୁ ବାଦ୍ୟ ପରିବେଷଣ ପାଇଁ ଅନୁମତି ଦିଆଯିବ ନାହିଁ। ଏହାସତ୍ତ୍ବେ ନିର୍ଦ୍ଧାରିତ ୬୫ଡେସିବଲରୁ ଯେପରି ଅଧିକ ଶବ୍ଦ ସୃଷ୍ଟି ନ ହେବ ତାହାର ଯାଞ୍ଚ ପାଇଁ ୫ଜଣଙ୍କୁ ନେଇ ଏକ ସାଉଣ୍ଡ କଂଣ୍ଟ୍ରୋଲର ସ୍କ୍ୱାଡ ଗଠନ କରାଯାଇଛି। ଏଥିରେ ଜଣେ ଡିଏସପି,ଇନ୍ସପେକ୍ଟର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ବୈଷୟିକ ବିଶେଷଜ୍ଞ ରହିଛନ୍ତି ବୋଲି ଏସିପି ଶ୍ରୀ ବିଶ୍ୱାଳ କହିଛନ୍ତି। ଏହି ସ୍କ୍ୱାଡ ଶୋଭାଯାତ୍ରାରେ ହଠାତ୍‍ ପ୍ରବେଶ କରି ବାଜୁଥିବା ବାଜା ଓ ଡାକବାଜି ଯନ୍ତ୍ରର ଶବ୍ଦ ମାପିବ। ସେହିପରି ନଦୀ ଜଳକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଉଭୟ ମହାନଦୀ ଓ କାଠଯୋଡିରେ ଦୁଇଟି ଅସ୍ଥାୟୀ ପୋଖରୀ କରାଯାଇଛି। ସମସ୍ତ କ୍ଲବ ଓ ପୂଜାକମିଟି ଏହି ଅସ୍ଥାୟୀ ପୋଖରୀରେ ବିସର୍ଜନ କରିବାପାଇଁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ସମସ୍ତ କ୍ଲବ ଓ ପୂଜା କମିଟି ସହଯୋଗ କରିବାକୁ ନିବେଦନ କରାଯାଇଛି। ସୂଚନା ଯୋଗ୍ୟ ଯେ, ଚଳିତବର୍ଷ କଟକ ସହରରେ ପ୍ରାୟ ୧୫୫୦ରୁ ଊର୍ଦ୍ଧ୍ବ ପୂଜା ମଣ୍ଡପ ଓ କ୍ଲବଗୁଡିକରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ତିନିଟି ଛୁଟି ଦିବସ(ରବିବାର)ରେ ଭସାଣ ପାଇଁ ଧାର୍ଯ୍ୟ ହୋଇଛି। ୮, ୧୫ ଓ ୨୯ ତାରିଖରେ ସମସ୍ତ କ୍ଲବ ଓ ପୂଜା କମିଟିର ଭସାଣ ଶେଷ କରିବା ପାଇଁ କଡ଼ା ନିର୍ଦେଶ ଦିଆଯାଇଛି।

Hot this week

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

Related Articles

Popular Categories