ନୂଆଦିଲ୍ଲୀ : ଏହି ନିର୍ବାଚନ ଋତୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ ‘ପିଏମ୍ ନରେନ୍ଦ୍ର ମୋଦୀ’କୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋମବାର ଚଳଚ୍ଚିତ୍ରରେ ମୋଦୀଙ୍କ ଭୂମିକାରେ ଅବତୀର୍ଣ୍ଣ ବିବେକ ଓବରୟଙ୍କର ୯ଟି ଲୁକ୍ ସାମ୍ନାକୁ ଆସିଛି। ଏହି ସମସ୍ତ ଲୁକ୍ ଟ୍ରେଡ଼୍ ଆନାଲିଷ୍ଟ ତରଣ ଆଦର୍ଶ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ସୂଚନା ଅନୁସାରେ, ଚଳଚ୍ଚିତ୍ରରେ ମୋଦୀଙ୍କ ସଂଘର୍ଷ କାହାଣୀ ଦର୍ଶାଯାଇଛି। ବିବେକଙ୍କ ଏହି ୯ଟି ଲୁକ୍ ଦେଖିବା ପରେ ଅନୁମାନ କରିହେଉଛି ଯେ, ଚଳଚ୍ଚିତ୍ରରେ ମୋଦୀଙ୍କ ଜୀବନର କେଉଁ କେଉଁ ଭାଗକୁ ସାମିଲ କରାଯାଇଛି। ଜରୁରୀକାଳୀନ ପରିସ୍ଥିତିରୁ ଆରମ୍ଭ କରି ମୋଦୀଙ୍କ ହିମାଳୟ ପ୍ରବାସ ଓ ପ୍ରଧାନମନ୍ତ୍ରୀ ହେବା ପର୍ଯ୍ୟନ୍ତ ଲୁକ୍ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ୭ ଜାନୁଆରୀରେ ମୁକ୍ତିଲାଭ କରାଯାଇଥିଲା।
ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ୧୨ ଏପ୍ରିଲରେ ମୁକ୍ତିଲାଭ କରିବ।



