ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୦୩ ଜଣ ନୂଆ କୋଭିଡ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ୭୬୭୮ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୦.୬୬% ଓ ସାପ୍ତାହିକ ସଂକ୍ରମଣ ୦.୭୨% ରହିଛି। ସେହି ସମୟରେ କରୋନାରୁ ଆରୋଗ୍ୟ ହାର ୯୮.୩୬% ରହିଥିବା ଜଣାଯାଇଛି। ଦେଶରେ ଏପର୍ଯ୍ୟନ୍ତ ୩,୪୧,୦୫,୦୬୬ ଜଣ କରୋନାରୁ ସୁସ୍ଥ ହୋଇସାରିଛନ୍ତି ଏବଂ ସଂପ୍ରତି ୯୪,୯୪୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ ୬୫.୩୨ କୋଟି ନମୁନା ପରୀକ୍ଷା କରାଯାଇସାରିଛି। ଏଥିସହିତ ୧୩୧.୧୮ କୋଟି ପାନ ଟିକା ଦିଆଯାଇଛି। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ମୋଟ ୧୪୦ କୋଟି ପାନରୁ ଅଧିକ ଟିକା ଯୋଗାଇ ଦିଆଯାଇଛି। ସେମାନଙ୍କ ନିକଟରେ ସଂପ୍ରତି ୧୮.୮୦ କୋଟି ପାନରୁ ଅଧିକ ଟିକା ଉପଲବ୍ଧ ରହିଛି।
Popular Categories



