www.samajalive.in
Monday, December 8, 2025
27.1 C
Bhubaneswar

ଉତ୍ତରାଖଣ୍ଡରେ ବରଫ ସ୍ଖଳନ; ୮ ମୃତ, ୩୮୪ ଉଦ୍ଧାର

ଡେରାଡୁନ: ଉତ୍ତରାଖଣ୍ଡର ଚାମୋଲି ଜିଲା ଅନ୍ତର୍ଗତ ସୁମ୍‌ନା ଅଞ୍ଚଳରେ ବରଫ ସ୍ଖଳନ ଯୋଗୁ ୮ ଜଣଙ୍କର ମୃତ୍ୟୁ ଘଟିଛି। ବରଫରେ ଫସି ରହିଥିବା ପ୍ରାୟ ୩୮୪ ଜଣଙ୍କୁ ଭାରତୀୟ ସେନା ପକ୍ଷରୁ ଉଦ୍ଧାର କରାଯାଇ ସେନା ଶିବିରରେ ରଖାଯାଇଛି। ଏମାନେ ସମସ୍ତେ ବର୍ଡର ରୋଡ୍‌ସ ଅର୍ଗାନାଇଜେଶନ (ବିଆରଓ) କ୍ୟାମ୍ପରେ କାର୍ଯ୍ୟ କରୁଥିଲେ।

ଗତକାଲି ଅପରାହ୍ନ ପ୍ରାୟ ୪ଟାରେ ସୁମ୍‌ନାଠାରୁ ୪ କିଲୋମିଟର ଦୂର ସୁମ୍‌ନା-ରିମ୍‌ଖିମ ରାସ୍ତା ଅଞ୍ଚଳରେ ଏହି ବରଫ ସ୍ଖଳନ ଘଟିଥିଥିଲା। ଖରାପ ପାଗ ଯୋଗୁ ଗତ ସନ୍ଧ୍ୟାରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶନିବାର ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଉ କେହି ବରଫ ଭିତରେ ଫସି ରହିଛନ୍ତି କି ନାହିଁ ତାହାର ଅନୁସନ୍ଧାନ କରାଯାଉଛି।

- Advertisement -

ସୂଚନା ଅନୁସାରେ, ଗତ ୫ ଦିନ ହେବ ଏହି ଅଞ୍ଚଳରେ ପ୍ରବର୍ଷ ବର୍ଷା ଏବଂ ତୁଷାରପାତ ହେଉଛନ୍ତି। ଏହା ଯୋଗୁ ବରଫ ସ୍ଖଳନ ଘଟିଥିବା କୁହାଯାଉଛି। ବର୍ତ୍ତମାନ ସୁଦ୍ଧା ୮ଟି ମୃତଦେହ ଉଦ୍ଧାର କରାଯାଇଛି। ୪/୫ଟି ସ୍ଥାନରେ ବରଫ ସ୍ଖଳନ ଯୋଗୁ ରାସ୍ତାରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ଜୋଶୀମଠ ବିଆରଓ ଟିମ୍‌ ପକ୍ଷରୁ ଭାପକୁଣ୍ଡ-ସୁମ୍‌ନା ରାସ୍ତା ସଫା କାର୍ଯ୍ୟ କରାଯାଉଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories