www.samajalive.in
Monday, December 8, 2025
27.1 C
Bhubaneswar

୪୮ ବର୍ଷରେ ସଚିନ; ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି (ଏପ୍ରିଲ ୨୪) ୪୮ ବର୍ଷ ବୟସରେ ପହଞ୍ଚିଛନ୍ତି। ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। କ୍ରିକେଟ ଜଗତରେ ସର୍ବାଧିକ ରନ ସଂଗ୍ରହ ସହିତ ଅନ୍ୟାନ୍ୟ ବହୁ ରେକର୍ଡର ଅଧିକାରୀ ସଚିନ ୨୦୧୩ରେ କ୍ରିକେଟରୁ ଅବସର ନେଇଥିଲେ। ସଚିନ ରମେଶ ତେନ୍ଦୁଲକର ମୁମ୍ବଇର ଦାଦରସ୍ଥିତ ଏକ ମରାଠୀ ପରିବାରରେ ୧୯୭୩ ଆଜି ଦିନରେ ଜନ୍ମ ହୋଇଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ପ୍ରଥମେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିଥିଲେ। ସୂଚନାଯୋଗ୍ୟ ଯେ ସଡକ ସୁରକ୍ଷା କାର୍ଯ୍ୟକ୍ରମରେ ଭାଗନେଇ ତେନ୍ଦୁଲକର ନିକଟରେ କୋଭିଡରେ ସଂକ୍ରମିତ ହୋଇଥିଲେ। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସେ ତାଙ୍କ ଜନ୍ମଦିନ ପାଳନ କରିନାହାନ୍ତି। ଗତବର୍ଷ କୋଭିଡ ବିରୋଧୀ ଲଢେଇରେ ସାମିଲ ହୋଇଥିବା ସମ୍ମୁଖ ଭାଗ ଯୋଦ୍ଧାଙ୍କ ସମ୍ମାନାର୍ଥେ ସେ ନିଜର ଜନ୍ମଦିନ ପାଳନ ନକରିବାକୁ ନିଷ୍ପତ୍ତି ନେଇଥିଲେ। ସଂପ୍ରତି କୋଭିଡ କଟକଣା ମଧ୍ୟରେ ସୋସିଆଲ ମିଡିଆରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି। ବହୁ ପୁରାତନ ଓ ବର୍ତ୍ତମାନର କ୍ରିକେଟ ଖେଳାଳି, ରାଜନୀତିଜ୍ଞ, ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ତାଙ୍କ ପ୍ରଶଂସକମାନେ ତେନ୍ଦୁଲକରଙ୍କ ନିକଟକୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories