www.samajalive.in
Thursday, December 11, 2025
23.1 C
Bhubaneswar

୯ କରୋନା ଆକ୍ରାନ୍ତ ଚିହ୍ନଟ ପରେ କ୍ବାରେଣ୍ଟାଇନରେ ବୁର୍ଲାର ୭୦ ଡାକ୍ତର

ସମ୍ବଲପୁର :  ଗୋଟିଏ ଦିନରେ ବୁର୍ଲା ଭୀମସାରର ୯ ଜଣ ଡାକ୍ତର କୋରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିଲେ । ଯାହା ଫଳରେ ଆଜିଠୁ ବୁର୍ଲାର ୭୦ ଜଣ ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବା ପାଇଁ ନିର୍ଦେଶ ଦିଆଯାଇଛି । ସଂକ୍ରମଣ ରୋକିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ନିର୍ଦ୍ଦେଶକ ଲଳିତ କୁମାର ମେହେର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ବୁର୍ଲା ଭୀମସାରରେ କାର୍ଯ୍ୟରତ ୯ ଜଣ ଡାକ୍ତରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଯାହ ଫଳରେ ସଂକ୍ରମଣ ରୋକିବାକୁ ମେଡିକାଲ ନିର୍ଦ୍ଦେଶକ ଲଳିତ କୁମାର ମେହେର ପଜିଟିଭ୍ ଚିହ୍ନଟ ୯ ଜଣ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ୭୦ ଜଣ ଅନ୍ୟ ଡାକ୍ତରଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ନିର୍ଦେଶ ଦେଇଛନ୍ତି ।

- Advertisement -

କ୍ବାରେଣ୍ଟାଇନରେ ରହିବାକୁ ଯାଉଥିବା ୭୦ ଡାକ୍ତର ମଧ୍ୟରେ ୩୮ ଜଣ ମେଡିସିନ ୱାର୍ଡର ରହିଛନ୍ତି । ଅନ୍ୟମାନେ ବିଭିନ୍ନ ବିଭାଗର ଅଛନ୍ତି। ଏହାସହ ଆଜିଠାରୁ ଚଳିତ ମାସର ୧୨ ତାରିଖ ପର୍ଯ୍ୟନ୍ତ ମେଡିସିନ ଓପିଡି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।ଏହି ସମୟରେ ବୁର୍ଲା ମେଡିକାଲକୁ ଆସୁଥିବା ରୋଗୀଙ୍କ ପାଇଁ ଟେଲି ମେଡିସିନ ସେବା ଉପଲବ୍ଧ ହେବ ବୋଲି ଭୀମସାରର ନିର୍ଦ୍ଦେଶକ ଲଳିତ କୁମାର ମେହେର କହିଛନ୍ତି ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories