www.samajalive.in
Monday, December 8, 2025
27.1 C
Bhubaneswar

୭ ବର୍ଷ କୁନି ବାଳକକୁ ରକ୍ତ କର୍କଟ: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ରେଙ୍ଗାଲି : ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକ୍ ର ରାମଚନ୍ଦ୍ରନଗର ନିକଟସ୍ଥ କେଉଁଟଡିହି ଗ୍ରାମର କୌଶଳ କୁମାର ଖର୍ସେଲ ନାମକ ୭ବର୍ଷ ବୟସ୍କ କୁନି ବାଳକ ରକ୍ତ କର୍କଟ ରୋଗ ରେ ଆକ୍ରାନ୍ତ। ବାପା ଅଜିତ ଖର୍ସେଲ ପୁଅ ର ଚିକିତ୍ସା ପାଇଁ ସାଧ୍ୟ ମତେ ଖର୍ଚ୍ଚ କରି ତାଙ୍କ ଟେମ୍ପୋ କୁ ବିକ୍ରି କରି ସାରିଲେଣି। ତଥାପି ପୁଅ ର ବ୍ୟୟ ବହୁଳ ଚିକିତ୍ସାପାଇଁ ଆହୁରି ଟଙ୍କା ଦରକାର ପଡୁଛି। ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସାମାଜିକ ଗଣ ମାଧ୍ୟମରେ ଅଜିତ ଅନୁରୋଧ କରିଥିଲେ। ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ ଦେଖି କିଛି ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଯୋଗାଇବା ଆରମ୍ଭ କରିଥିଲେ ମଧ୍ୟ ଚିକିତ୍ସା ଖର୍ଚ୍ଚ ପାଇଁ ତାହା ନିଅଣ୍ଟ।
ସାମାଜିକ ଗଣ ମାଧ୍ୟମରେ ପୋଷ୍ଟ ଦେଖି ଆଜି ଖ୍ୟାତନାମା ସମ୍ବଲପୁରୀ ଗାୟକ ମଣ୍ଟୁ ଛୁରିଆ କେଉଁଟଡିହି ଗ୍ରାମ କୁ ଆସି କୌଶଳ ର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି। ଜମିବାଡି ବୋଲି ସେମିତି କିଛି ନାହିଁ। ଟେମ୍ପୋ ଚଲାଇ ଯାହା ରୋଜଗାର ହେଉଥିଲା,ସେଥିରେ ପରିବାର ପ୍ରତିପୋଷଣ ହେଉଥିଲେ। ପୁଅ ର ଚିକିତ୍ସା ପାଇଁ ଟେମ୍ପୋ ବିକିଦବାକୁ ପଡିଲା। ଚିକିତ୍ସା ପାଇଁ ଆଉ କେତେ ଟଙ୍କା ଖର୍ଚ୍ଚ ହେବ କିଛି ଠିକ୍ ନାହିଁ। ପୁଅ ର ଚିକିତ୍ସା ପାଇଁ ସରକାର ସହାୟତା ଦେବାକୁ ବାପା ଅଜିତ ଖର୍ସେଲ ଅନୁରୋଧ ଜଣାଇଛନ୍ତି।
ସୂଚନା ଅନୁଯାୟୀ, କୌଶଳ କୁମାର ରକ୍ତ କର୍କଟ ରୋଗ ରେ ଆକ୍ରାନ୍ତ ହୋଇ ଥିବା ନେଇ ୪୫ ଦିନ ହେଲା ଜଣାପଡିଛି। ୪୫ ଦିନ ଆଗରୁ କୌଶଳର ଶରୀର ର ବିଭିନ୍ନ ସ୍ଥାନରେ ଆବୁ ବାହାରିବାରୁ ତାଙ୍କୁ ସମ୍ବଲପୁର ର ଶିଶୁ ରୋଗ ବିଶେଷଜ୍ଞଙ୍କ ଠାରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରୀକ୍ଷା ନୀରିକ୍ଷା ରୁ କୌଶଳ ରକ୍ତ କର୍କଟ ରେ ପୀଡ଼ିତ ଥିବା ସନ୍ଦେହ କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ପରାମର୍ଶ କ୍ରମେ କୌଶଳ କୁ ବୁର୍ଲା ଡାକ୍ତରଖାନାରେ କୁ ନିଆଯାଇଥିଲା। ସେଠାରେ କଟକ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ତା’ପରେ କୌଶଳ କୁ କଟକ ନିଆଗଲା । କଟକ ର ଡାକ୍ତର କୌଶଳ କୁ ଭୁବନେଶ୍ୱର  ଏମ୍ସ ରେ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ। ଶେଷରେ କଟକ ଡାକ୍ତରଖାନା ରୂ ନେଇ କୌଶଳ କୁ ଭୁବନେଶ୍ୱର  ଏମ୍ସ ରେ ଚିକିତ୍ସା ଆରମ୍ଭ କରାଯାଇଛି।
ଇତି ମଧ୍ୟରେ କୌଶଳ ଦୁଇ ଥର କେମୋଥେରାପି କରାଯାଇଛି। ଦୁଇ ଥର ରେ ଯିବା ଆସିବା ରହିବା ଏବଂ ଔଷଧ ବାବଦକୁ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି ବୋଲି କୌଶଳ ର ବାପା ଅଜିତ କହିଛନ୍ତି। କେମୋଥେରାପି ପାଇଁ ଆଜି କୌଶଳ କୁ ଧରି ଭୂବନେଶ୍ବର ଅଭିମୁଖେ ବାହାରିଛନ୍ତି। ସାଙ୍ଗ ରେ ୫ମାସ ର ନବଜାତ ଶିଶୁ ପୁତ୍ର ମାଆ ଏବଂ ଅଜିତ ଙ୍କ ଜଣେ ଅନ୍ତରଙ୍ଗ ବନ୍ଧୁ ଅଛନ୍ତି। ସୋମବାର ଦିନ ଏମ୍ସ ରେ ପ୍ରଥମେ କୋଭିଡ୍ ଟେଷ୍ଟ କରାଯିବ ଏବଂ ୫ ଦିନ ଧରି ୧୩ ଟି କେମୋଥେରାପି କରାଯିବ ବୋଲି ଅଜିତ ଖର୍ସେଲ କହିଛନ୍ତି । ଗୋଟିଏ ଗୋଟିଏ କେମୋ ପାଇଁ ଏକ ହଜାର ଟଙ୍କା ତା,ବାହାରେ ଔଷଧ ଖର୍ଚ୍ଚ। ଏତେ ଟଙ୍କା ଯୋଗାଡ଼ କେମିତି ହେବ ଭାବିଲେ ମୋର ମୁଣ୍ଡ କାମ କରୁନାହିଁ। ମୋର ପୁଅ ର ଜୀବନ ବଞ୍ଚାଇବାକୁ ସରକାର ଏବଂ ବଦାନ୍ୟ ବ୍ୟକ୍ତି ମାନେ ସହାୟତା କରନ୍ତୁ ବୋଲି ଅଜିତ ଆକୁଳ  ନିବେଦନ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories