www.samajalive.in
Tuesday, November 18, 2025
16.1 C
Bhubaneswar

ବରଯାତ୍ରୀଙ୍କ ଉପରେ ମାଡିଗଲା ଟ୍ରକ; ୬ମୃତ

ନୂଆଦିଲ୍ଲୀ: ବାଜା, ବାଣ ରୋଷଣୀରେ ରାସ୍ତା ଦୁଲୁକାଇ କନ୍ୟା ଘର ଅଭିମୁଖେ ଯାଉଥିଲା ବର ଯାତ୍ରୀଙ୍କ ଗାଡି। ହସଖୁସିରେ ଯାଉଥିବା ବେଳେ ମାଡି ଆସିଥିଲା ଅକାଳ ମୃତ୍ୟୁ। କାନ୍ଦ ବୋବାଳିରେ ଫାଟି ପଡିଥିଲା ପୁରା ପରିବେଶ। ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା। ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ୬ଜଣ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଗୁରୁତର ହୋଇଛି। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୋମବାର ରାତିରେ ମଧ୍ୟପ୍ରଦେଶର ରାଇସେନ ଜିଲ୍ଲା ସୁଲତାନପୁରରେ ଘଟିଥିଲା। ନର୍ମଦାପୁରରୁ ଆସୁଥିବା ବରଯାତ୍ରୀ ସୁଲତାନପୁରରେ ଦୁର୍ଘଟଣା ଘଟିଥିଲା। ବରଯାତ୍ରୀ ରାସ୍ତାରେ ନାଚଗୀତ କରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ ଚାଳକଙ୍କ ବେପରୁ ଗାଡି ଚାଳନା ଯୋଗୁ ବରଯାତ୍ରୀଙ୍କ ଉପରେ ମାଡିଯାଇଥିଲା।
ଲୋକଙ୍କ ପାଟି ଶୁଣି ତୁରନ୍ତ ସ୍ଥାନୀୟ ଲୋକେ ପହଂଚି ଆହତଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲା। ହେଲେ ଗୁରୁତର ଅବସ୍ଥାରେ ୧୦ଜଣଙ୍କୁ ଭୋପାଳ ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ କରାଯାଉଥିବା ଜିଲାପାଳ ଓ ଏସପି ସୂଚନା ଦେଇଛନ୍ତି।

Hot this week

ଯାଜପୁର ଜିଲା ଜଖପୁର ଜଙ୍କସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସମାଜଲାଇଭ ଡେସ୍କ: ଯାଜପୁର ଜିଲା ଜଖପୁର ଜଙ୍କସନରେ ସୋମବାର ରାତିରେ ଏକ...

ପରଲୋକରେ ତାରକା କଣ୍ଠଶିଳ୍ପୀ ହ୍ୟୁମାନ୍‌‌ ସାଗର

କଟକ: ଓଡ଼ିଆ ସଙ୍ଗୀତ ଜଗତର ଉଦୀୟମାନ ଗାୟକ ତଥା ତାରକା କଣ୍ଠଶିଳ୍ପୀ...

୫୦ ବର୍ଷ ପରେ ପ୍ରେକ୍ଷାଳୟକୁ ଫେରୁଛି ‘ଶୋଲେ’

ମୁମ୍ବାଇ ୧୭/୧୧: ଭାରତୀୟ ସିନେମାର କ୍ଲାସିକ୍ ଫିଲ୍ମ "ଶୋଲେ" ପୁଣି ଥରେ ବଡ଼...

ଷ୍ଟେସନରୁ ୮ ଶ୍ରମିକ ଓ ୫ ଶିଶୁ ଉଦ୍ଧାର, ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରୁ ୮ଜଣ ଦାଦନ ଶ୍ରମିକଙ୍କ ସହ...

ଦିଲ୍ଲୀ ବିସ୍ଫୋରଣ: ସହଯୋଗୀ ଷଡ଼ଯନ୍ତ୍ରକାରୀ ଆତଙ୍କୀ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ସହଯୋଗୀ...

Related Articles

Popular Categories