www.samajalive.in
Monday, December 8, 2025
27.1 C
Bhubaneswar

ଚଳିତବର୍ଷ ଆରମ୍ଭ ହେବ ୫ଜି ସେବା !

ନୂଆଦିଲ୍ଲୀ: ଚଳିତବର୍ଷ ଆରମ୍ଭ ହେବାକୁ ଯାଉଛି ୫ଜି ସେବା । ଏନେଇ ଟେଲିକମ୍ ମନ୍ତ୍ରଣାଳୟ ଘୋଷଣା କରିଛି । ୨୦୨୨ ମଧ୍ୟଭାଗରେ ଭାରତରେ ୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେବ। ପ୍ରାରମ୍ଭରେ ୧୩ଟି ସହରରେ ଏହି ସେବା ଯୋଗାଇ ଦିଆଯିବ । ଏଥିମଧ୍ୟରେ ଅହମ୍ମଦାବାଦ, ବେଙ୍ଗାଲୁରୁ, ଚଣ୍ଡିଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲଖନୌ, ମୁମ୍ବାଇ ଏବଂ ପୁଣେ ରହିଛି । ତେବେ କେଉଁ ଟେଲିକମ୍ ଅପରେଟର ଦେଶରେ ୫ଜି ସେବା ଆରମ୍ଭ କରିବେ ତାହା ସରକାର ଏପର୍ୟ୍ୟନ୍ତ ପ୍ରକାଶ କରି ନାହାଁନ୍ତି।

ଏଥିରେ ଜିଓ, ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆ ନାମକ ଏହି ତିନୋଟି କମ୍ପାନୀ ବର୍ତ୍ତମାନ ନିୟୋଜିତ ଅଛନ୍ତି। ଦେଶରେ ୫ଜି ସେବା ଆରମ୍ଭ ହେବାକୁ ନେଇ ପୂର୍ବରୁ କାମ ଚାଲି ଆସୁଥିଲା । ଏବଂ ୫ଜି ସେବା ବିରୋଧରେ କିଛି ସ୍ୱର ଉତ୍ତୋଳନ ହୋଇଥିବା ନଜର ମଧ୍ୟ ଆସିଥିଲା । ତେବେ ଶେଷରେ ଚଳିତ ବର୍ଷ ୫ଜି ସେବା ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories