www.samajalive.in
Tuesday, December 9, 2025
17.1 C
Bhubaneswar

ପୁନରୁଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍‍ର ୫୦ଟି ଦଳ

ଭୁବନେଶ୍ୱର: ସାମୁଦ୍ରିକ ବାତ୍ୟା ଫୋନୀରେ ରାଜ୍ୟରେ ବ୍ୟାପକ କ୍ଷତି ଘଟିଛି। ବିପର୍ଯ୍ୟୟ ପରିଚାଳନା ଏବଂ ପୁନଃରୁଦ୍ଧାର ପାଇଁ ଏନଡିଆରଏଫ୍‍ର ୫୦ଟି ଦଳ ଏବେ ଦିନରାତି କାର୍ଯ୍ୟ କରୁଛନ୍ତି। ବାତ୍ୟା ପୁନଃରୁଦ୍ଧାର ନସରିବା ଯାଏଁ ଏନଡିଆରଏଫ ଟିମ୍‍ ଓଡିଶାରେ ରହିବ ବୋଲି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି।। ପୂର୍ବରୁ ୪୪ଟି ଦଳ ପୁନଃରୁଦ୍ଧାର କାମରେ ଲାଗିଥିବା ବେଳେ ଆଉ ୬ଟି ଟିମ୍‍ କୋଲକାତାରୁ ଆସି ସେମାନଙ୍କ ସହ ଯୋଗ ଦେଇଛନ୍ତି। କୋଲକାତାରୁ ଗ୍ୟାସ କଟର ଓ ପ୍ଲାଜମା କଟର ମଗାଯାଇଛି। ଆବଶ୍ୟକ ହେଲେ ଆଉ ଅଧିକ ଟିମ୍‍ ମଗାଯିବ ବୋଲି ଏନଡିଆରଏଫ ଡିଜି ସତ୍ୟ ନାରାୟଣ ପ୍ରଧାନ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ କେରଳ ବନ୍ୟା ପରେ ଓଡିଶାରେ ବଡ ଅପରେସନ ଜାରି ରଖିଛି ଏନଡିଆରଏଫ। ବିଶେଷ କରି ପୁରୀ ଓ ଭୁବନେଶ୍ୱରରେ ଅଧିକ ଟିମ କାମ କରୁଛନ୍ତି। ବାତ୍ୟା ପରେ ଗମନାଗମନ ସ୍ୱାଭାବିକ ହୋଇଥିବା ବେଳେ ଜଳ ଯୋଗାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏନଡିଆରଏଫ ବିଦ୍ୟୁତ ସରବରାହ ଓ ବଣ୍ଟନ ଉପରେ ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories