ବାଙ୍କୀ : ବାଙ୍କୀ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଦିନ ବାଙ୍କୀ ଥାନା ଏବଂ ବୈଦେଶ୍ୱର ଥାନାର ୩ଟି ସ୍ଥାନ ଉପରେ ଚଢାଉ କରାଯାଇ ୭୫୦ ଲିଟର ପୋଚ ନଷ୍ଟ କରାଯିବା ସହିତ ୪୫ ଲିଟର ବେଆଇନ ଚୋରା ରନ୍ଧା ମଦ ଜବତ କରିବାରେ ବାଙ୍କୀ ଅବକାରୀ ସଫଳ ହୋଇଛି। ସୂଚନାକ୍ରମରେ ବରପୁଟ ଓ ପଶାଣିଆ ଗ୍ରାମ ଅନ୍ତର୍ଗତ ଗ୍ରାମ୍ୟ ଜଙ୍ଗଲର ୩ଟି ସ୍ଥାନ ଉପରେ ଚଢାଉ କରାଯାଇଥିଲା। କୈାଣସି ସୂତ୍ରରୁ ଖବର ପାଇ ମଦ ରନ୍ଧାରେ ସମ୍ପୃକ୍ତ ଥିବା ମାଫିଆ ମାନେ ଖସି ପଳାଇ ଯାଇଥିଲେ। ଏହି ଚଢାଉରେ ଅବକାରୀ ଅଧିକାରୀ ତେଲେସଫର ଲାକ୍ରା,ଏ.ଏସ.ଆଇ ଦୀପକ କୁମାର ସାମଲ,କନେଷ୍ଟବଳ ସଂଜୟ କୁମାର ରାଉତ,ସନ୍ତୋଷ କୁମାର ମହାରଣା,ବିଶ୍ୱନାଥ ସୋରେନ ଓ ଗୀତାଞ୍ଜଳୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ। ସୂଚନାଯୋଗ୍ୟ ଯେ ଏହି ଅଂଚଳରେ ଦୀର୍ଘ ଦିନ ହେବ ଚୋରା ମଦ ରନ୍ଧା ଯାଇ ବାଙ୍କୀ,କଳାପଥର,ବୈଦେଶ୍ୱର,ଭାପୁର,ଖଣ୍ଡପଡା, ବାଘମାରୀ,ନୟାଗଡ,ଖୋର୍ଦ୍ଧା ଆଦି ଅଂଚଳକୁ ଚାଲଣ ହେଉଥିବାର ସ୍ଥାନୀୟ ଅଂଚଳରେ ଅଭିଯୋଗ ହୋଇ ଆସୁଥିଲା। ଅକ୍ଟୋବର ୨୯ ତାରିଖରେ ଏହି ଅଂଚଳରୁ ୧୩୦୦ ଲିଟର ପୋଚ ନଷ୍ଟ ହେବା ସହିତ ୫୦ ଲିଟର ଚୋରା ଦେଶୀ ବେଆଇନ ରନ୍ଧା ମଦ ଜବତ କରାଯାଇଥିବା ଜଣାପଡିଛି।
Popular Categories



