www.samajalive.in
Tuesday, December 9, 2025
16.1 C
Bhubaneswar

୪୨ତମ ଜିଏସଟି କାଉନସିଲ ବୈଠକ; ରାଜ୍ୟଗୁଡ଼ିକୁ ମିଳିବ ୨୦ ହଜାର କୋଟି କ୍ଷତିପୂରଣ

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ପରିଷଦର ୪୨ତମ ବୈଠକ ଶେଷ ହୋଇଛି । ଏହି ବୈଠକରେ  ରାଜ୍ୟଗୁଡ଼ିକୁ କ୍ଷତିପୂରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।  ଚଳିତ ବର୍ଷ ୨୦ ହଜାର କୋଟି କ୍ଷତିପୂରଣ ସଂଗ୍ରହ କରାଯାଇଛି, ଯାହା ଆଜି ରାତିରେ ରାଜ୍ୟମାନଙ୍କୁ ବଣ୍ଟନ କରାଯିବ। ଏଥି ସହିତ, ୨୪ହଜାର କୋଟିର ଆଇଜିଏସଟି ପୂର୍ବରୁ ସଂଗ୍ରହ କରାଯାଇଥିଲା, ଏହା ଆସନ୍ତା ସପ୍ତାହ ଶେଷ ସୁଦ୍ଧା ରାଜ୍ୟମାନଙ୍କୁ ଦିଆଯିବ |

ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ କହିଛନ୍ତି ଯେ ଜାନୁୟାରୀ ୧ ତାରିଖରୁ ଯେଉଁ ଟିକସଦାତାଙ୍କର ବାର୍ଷିକ କାରବାର ୫କୋଟିରୁ କମ୍, ସେମାନେ ମାସିକ ରିଟର୍ଣ୍ଣ ଦାଖଲ କରିବା ଆବଶ୍ୟକ କରିବେ ନାହିଁ  । ସେହିପରି  ଜିଏସଟି ପରିଷଦରେ ମାସିକ ପରିବର୍ତ୍ତେ ତ୍ରୟମାସିକ ଭିତ୍ତିରେ ଛୋଟ ଟିକସଦାତାଙ୍କ ନିମନ୍ତେ ରିଟର୍ଣ୍ଣ ଦାଖଲ କରିବାକୁ ନିର୍ଣୟ ନିଆଯାଇଛି । ଯାହା ସେମାନଙ୍କ ପାଇଁ ସୁବିଧା ହେବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories