www.samajalive.in
Saturday, December 6, 2025
26.1 C
Bhubaneswar

ଗଛ ଲଗାଇବା ସର୍ତ୍ତରେ ୪ ଅଭିଯୁକ୍ତଙ୍କୁ ଜାମିନ ଦେଲେ କୋର୍ଟ

ଜୟପୁର: ଗଛ ଲଗାଇବା ସର୍ତ୍ତ ରଖି ରାଜସ୍ଥାନର ଏକ କୋର୍ଟ ୪ ଜଣ ଅଭିଯୁକ୍ତଙ୍କୁ ଜାମିନରେ ଯିବାକୁ ଅନୁମତି ଦେଇଛନ୍ତି। ଗଛ ଲଗାଇବା ସହିତ ତାହାର ଯତ୍ନ ନେବା ଏବଂ ଗଛ ବଞ୍ଚିଛି କି ନାହିଁ ସେ ନେଇ ପ୍ରତି ୩ ମାସରେ ଥରେ ଜଣାଇବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ଜୁନ ୫ ବିଶ୍ଵ ପରିବେଶ ଦିବସକୁ ଦୃଷ୍ଟିରେ ରଖି କୋର୍ଟ ଏଭଳି ଦୃଷ୍ଟାନ୍ତମୂଳକ ନିର୍ଦେଶ ଦେଇଥିବାବେଳେ ଏହା ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ୪ ଅଭିଯୁକ୍ତ ହେଲେ ରାଜସ୍ଥାନର ପ୍ରତାପଗଡ଼ ଜିଲାର ରାମଲାଲ ତେଲ, ଯଶୱନ୍ତ ଧୋବି, ଦିନେଶ ତେଲି ଏବଂ ମହମ୍ମଦ ହୁସେନ। ଗତ ମେ ୧୯ ତାରିଖରେ ସେମାନେ ଏକ ଜଙ୍ଗଲରୁ ଚୋରା ଚାଲାଣ ଉଦ୍ଦେଶ୍ୟରେ ୨୭ଟି ଖଇର ଗଛକୁ କାଟି ଦେଇଥିଲେ। ବନ ବିଭାଗର ପାଟ୍ରୋଲିଂ ସମୟରେ ଅଭିଯୁକ୍ତମାନଙ୍କୁ ଧରିଥିଲା। ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଜିଲା ଏବଂ ଦୌରାଜଜ ରାଜେନ୍ଦ୍ର କୁମାର  ଶର୍ମା ମାମଲାର ବିଚାର କରି ଅଭିଯୁକ୍ତମାନଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି କହିଛନ୍ତି, ଅଭିଯୁକ୍ତମାନଙ୍କୁ ଜେଲରେ ରଖିଲେ କିଛି ଉଦ୍ଦେଶ୍ୟ ସାଧନ ହେବନାହିଁ। ଏହାଠାରୁ ଭଲ ସେମାନଙ୍କ ମନରେ ପରିବେଶ ପ୍ରତି ଭଲପାଇବା ଉଦ୍ରେକ କରାଯିବା। ତେଣୁ ସେମାନେ ଯେତିକି ସଂଖ୍ୟକ ଗଛ କାଟିଛନ୍ତି ତାହାର ୧୦ଗୁଣ ଅର୍ଥା ୨୭୦ଟି ଚାରୋ ରୋପଣ କରିବେ। ତାହାର ଯତ୍ନ ନେବେ। ଗଛ ବଞ୍ଚିଛି କି ନାହିଁ ସେନେଇ ପ୍ରତି ୩ମାସରେ ଥରେ ପ୍ରମାଣ ସହିତ କୋର୍ଟଙ୍କୁ ଅବଗତ କରାଇବେ। ଏଥିରେ ବିଫଳ ହେଲେ ସେମାନଙ୍କୁ ଜେଲରେ ରହିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି।

- Advertisement -

କୋର୍ଟଙ୍କ ଏଭଳି ନିର୍ଦେଶକୁ ପ୍ରତାପଗଡ଼ର ଉପ ବନ ସଂରକ୍ଷକ ସଂଗ୍ରାମ ସିଂହ କଟିୟାର ସ୍ବାଗତ କରିଛନ୍ତି। ଏଭଳି ନିଷ୍ପତ୍ତି ଜଙ୍ଗଲର ସୁରକ୍ଷା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories