www.samajalive.in
Tuesday, December 9, 2025
17.1 C
Bhubaneswar

ଆଜି ତୃତୀୟ ପର୍ଯ୍ୟାୟ ଭୋଟ: ୪ ରାଜ୍ୟ, ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ମତଦାନ

ନୂଆଦିଲ୍ଲୀ: ସପ୍ତାହେ ବ୍ୟାପୀ ଜୋର୍‍ଦାର ନିର୍ବାଚନି ପ୍ରଚାର, ସଭା, ଶୋଭାଯାତ୍ରା ପରେ ଦକ୍ଷିଣାଂଚଳ ରାଜ୍ୟ ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ହେଉଛି। ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନରେ ପଶ୍ଚିମବଙ୍ଗ ଏବଂ ଆସାମରେ ମଧ୍ୟ ଆଜି ତୃତୀୟ ପର୍ଯ୍ୟାୟ ମତଦାନ କରାଯାଉଛି। ଏଥିସହିତ ତାମିଲନାଡୁର କନ୍ୟାକୁମାରୀ ଏବଂ କେରଳ ମାଲାପୁରମ୍‍ ଲୋକସଭା ଆସନରେ ମଧ୍ୟ ଉପନିର୍ବାଚନ ଅନୁଷ୍ଠିତ ହେଉଛି। କେରଳରେ ୨.୭୪ କୋଟି ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏହି ରାଜ୍ୟରେ ମୋଟ ୯୫୭ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେମାନଙ୍କ ମଧ୍ୟରେ କେତେକ ହାଇ ପ୍ରୋଫାଇଲ ନେତା ଏବଂ ସ୍ୱାଧୀନ ପ୍ରାର୍ଥୀ ରହିଛନ୍ତି। ରାଜ୍ୟରେ ୧୪୦ଟି ବିଧାନସଭା ଆସନ ନିମନ୍ତେ ନିର୍ବାଚନ ଅନୁଷ୍ଠିତହେଉଛି। ଶାସକ ଏଲଡିଏଫ କ୍ରମାଗତ ଦ୍ୱିତୀୟ ଥର ପାଇଁ ଗାଦି ବଜାୟ ରଖିବାକୁ ଆଶା କରୁଛି।
ପଡୋଶୀ ରାଜ୍ୟ ତାମିଲନାଡୁରେ ଏଆଇଏଡିଏମ୍‍କେ-ବିଜେପି ମେଣ୍ଟ ଏବଂ ଡିଏମ୍‍କେ-କଂଗ୍ରେସ ମେଣ୍ଟ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଅଭିନେତାରୁ ରାଜନେତା ପାଲଟିଥିବା କମଲ ହାସନଙ୍କ ମକ୍କାଲ ନିଥି ମୟାମ ଏବଂ ଟିଟିଭି ଦିନାକରନ୍‍ଙ୍କ ଆମ୍ମା ମକ୍କାଲ ମୁନ୍ନେତ୍ରା କାଡାଗମ୍‍ ମଧ୍ୟ ରାଜ୍ୟର ୨୩୪ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଇତିମଧ୍ୟରେ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରେ କଂଗ୍ରେସ-ଡିଏମ୍‍କେ ମେଣ୍ଟ ଏବଂ ବିରୋଧୀ ଏନଆର କଂଗ୍ରେସ, ବିଜେପି ଏବଂ ଏଆଇଏଡିଏମ୍‍କେ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେଉଛି।
ଆସାମରେ ପ୍ରଥମ ଦୁଇ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହୋଇସାରିଥିବାବେଳେ ସେଠାରେ ତୃତୀୟ ଚରଣରେ ୪୦ଟି ଆସନରେ ଭୋଟଗ୍ରହଣ କରାଯାଉଛି। ପଶ୍ଚିମବଙ୍ଗରେ ୩୧ଟି ଆସନରେ ତୃତୀୟ ପର୍ଯ୍ୟାୟ ମତଦାନ ଆଜି ଅନୁଷ୍ଠିତ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories