www.samajalive.in
Friday, December 5, 2025
23.1 C
Bhubaneswar

୩୩୦ଲିଟର ମଦ ସହ କାର ଜବତ, ଜଣେ ଗିରଫ

ଆଠଗଡ, ୨୪।୧୦:କଟକ ଜିଲ୍ଲା ଅବକାରୀ ଅଧିକ୍ଷକ କରୁଣା ଶଙ୍କର ତିୱାରୀଙ୍କ ନିର୍ଦେଶ କ୍ରମେ ଆଠଗଡ ଅବକାରୀ ଉପଅଧିକ୍ଷକ ସିଏଚ ତିରୁପତିଙ୍କ ନେତୃତ୍ବରେ ଚୋରା ମଦ କାରବାର ରୋକିବାକୁ ନିୟମିତ ପେଟ୍ରୋଲିଂ ଚାଲିଛି । ଗୁରୁବାର ରାତିରେ ଅବକାରୀ କାର୍ଯ୍ୟାଳୟର ଅନତି ଦୂରରେ ଟିପିସିଓଡିଏଲ ବିଦ୍ୟୁତ ସବଷ୍ଟେସନ ରାସ୍ତାରେ ସନ୍ଦିଗ୍ଧ ଅବସ୍ଥାରେ ଯାଉଥିବା ଏକ କାରକୁ ଅବକାରୀ ସ୍କ୍ୱାର୍ଡ ଅଟକାଇଥିଲେ । ହ୍ୟୁଣ୍ଡାଇ ଆଇ୧୦ ଓଆର ୦୫ ଏସି ୯୩୯୪ ନଂ ବିଶିଷ୍ଟ ଉକ୍ତ କାର ମଧ୍ଯରୁ ଚାଲାଣ ହେଉଥିବା ୩୩୦ ଲିଟର ଦେଶୀ ମଦ ସହିତ ସଂପୃକ୍ତ କାରଟିକୁ ଜବତ କରାଯାଇଥିଲା । ଏଥିରେ ସଂପୃକ୍ତ ଥିବା ମାଣିଆବନ୍ଧ ଥାନା ଅନ୍ତର୍ଗତ ଭଗବତପୁର ଗ୍ରାମର ପ୍ରକାଶ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଏହି ଚଢାଉରେ ଅବକାରୀ ଉପଅଧିକ୍ଷକ ଶ୍ରୀ ତିରୁପତିଙ୍କ ସମେତ ନିରୀକ୍ଷକ ରବି ନାରାୟଣ ପଧାନ ଓ ଉପନିରୀକ୍ଷକ ଅରୁଣ କୁମାର ଭୋଇ ଏବଂ ଅନ୍ଯ କର୍ମଚାରୀ ସାମିଲ ଥିଲେ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories