www.samajalive.in
Monday, December 8, 2025
17.1 C
Bhubaneswar

କରୋନା ଭୂତାଣୁ ସଂକ୍ରମଣ – ଭାରତ ଫେରିଲେ ୩୨୩

ସମାଜ ପୋର୍ଟାଲ ଡେସ୍କ: ଚୀନର କରୋନା ଭୂତାଣୁ ସଂକ୍ରମଣର କେନ୍ଦ୍ରସ୍ଥଳ ଉହାନରୁ ଭାରତୀୟମାନଙ୍କୁ ଆଣିବା ପାଇଁ ଯାଇଥିବା ଏୟାର ଇଣ୍ଡିଆର ଦ୍ୱିତୀୟ ସ୍ୱତନ୍ତ୍ର ବିମାନ ରବିବାର ସକାଳେ ୩୨୩ ଜଣ ଭାରତୀୟଙ୍କୁ ଧରି ନୂଆଦିଲ୍ଲୀ ଫେରିଛି। ଏପର୍ଯ୍ୟନ୍ତ ୨୮୨ ଜଣ ଛାତ୍ରଙ୍କ ସମେତ ୬୪୭ ଜଣ ଭାରତୀୟଙ୍କୁ ଚୀନରୁ ଅପସାରିତ କରାଗଲାଣି। ହୁବେଇ ଅଞ୍ଚଳର ବିଭିନ୍ନ ସହରରେ ବସବାସ କରୁଥିବା ଭାରତୀୟମାନେ ଉହାନ ବିମାନ ବନ୍ଦରରେ ଭାରତ ଆସିବା ପାଇଁ ଏକତ୍ର ହୋଇଥିଲେ। ଭାରତୀୟମାନଙ୍କୁ ବିଭିନ୍ନ ସ୍ଥାନରୁ ଉହାନକୁ ଆଣିବା ପାଇଁ ଭାରତୀୟ ଦୂତାବାସ ପକ୍ଷରୁ ପରିବହନ ବ୍ୟବସ୍ଥା କରାଯାଇଥିଲା।

- Advertisement -

ଗତକାଲି ସକାଳେ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନରେ ୩୨୪ ଜଣ ଯାତ୍ରୀ ଭାରତ ଫେରିଥିଲେ। ଉହାନରୁ ଆସୁଥିବା ଯାତ୍ରୀମାନଙ୍କୁ ମାନେସର ଓ ଚାଉଲାଠାରେ ସେନା ସ୍ୱାସ୍ଥ୍ୟ ଯାଞ୍ଚ କେନ୍ଦ୍ରରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୧୪ ଦିନ ପାଇଁ ରଖାଯିବାର ବ୍ୟବସ୍ଥା କରାଯାଇଛି। ତେବେ ଗତକାଲି ୬ ଜଣ ଭାରତୀୟ ଛାତ୍ରଙ୍କୁ ଅତ୍ୟଧିକ ଜ୍ୱର ଯୋଗୁଁ ଉହାନରୁ ଆଣିବାକୁ ସେଠାକାର ପ୍ରଶାସନ ଅନୁମତି ଦେଇନାହାନ୍ତି। ସେମାନେ କରୋନା ଭୂତାଣୁ ସଂକ୍ରମିତ କି ନୁହେଁ ତାହା ରକ୍ତ ନମୁନା ପରୀକ୍ଷା ପରେ ଜଣାପଡ଼ିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଅନ୍ୟ ପକ୍ଷରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଗତକାଲି ନୂଆଦିଲ୍ଲୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ କରୋନା ଭୂତାଣୁ ସଂକ୍ରମଣ ପରିଚାଳନା ନେଇ ସମୀକ୍ଷା କରିଛନ୍ତି। କ୍ୟାବିନେଟ୍‍ ସଚିବ ମଧ୍ୟ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଏନେଇ ଆଲୋଚନା କରିଛନ୍ତି। ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତକୁ ଆସିଥିବା ୩୨୬ଟି ବିମାନର ୫୨ ହଜାର ୩୩୨ ଜଣ ଯାତ୍ରୀଙ୍କୁ ଯାଞ୍ଚ କରାଯାଇ ସାରିଛି। ସେମାନଙ୍କ ମଧ୍ୟରୁ ୯୭ ଜଣଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିବାରୁ ସେମାନଙ୍କୁ ଡାକ୍ତରୀ ତତ୍ତ୍ୱାବଧାନରେ ରଖାଯାଇଛି। ସଂଗ୍ରହ କରାଯାଇଥିବା ୯୮ଟି ନମୁନା ମଧ୍ୟରୁ ୯୭ଟି ନମୁନା ନେଗେଟିଭ୍‍ ଥିବା ଜଣାପଡ଼ିଛି। ତେବେ କେରଳର ଜଣେ ଛାତ୍ରଙ୍କୁ ଏହି ଭୂତାଣୁ ସଂକ୍ରମଣ ହୋଇଥିବା ଚିହ୍ନଟ ପରେ ଲଗାତାର ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ଏବଂ ଏବେ ତାହା ସ୍ଥିର ଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟ ସଚିବ ଭିଡ଼ିଓ କନ୍‍ଫରେନ୍ସିଂ ଜରିଆରେ ବିଭିନ୍ନ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଏବଂ ଯାତ୍ରୀଙ୍କ ସହ ଆଲୋଚନା କରିଥିବା ବୈଠକରୁ ସୂଚନା ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories