ଦିନ ୩ଟା ମୁଖ୍ୟ ଖବର
–ଯାଜପୁରରେ ସ୍ବତନ୍ତ୍ର କୋଭିଡ଼ ହସ୍ପିଟାଲକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
–ରାଉରକେଲାରେ ଗଡ଼ିଲା ‘ସଞ୍ଜୀବନୀ ରଥ’: ଶଯ୍ୟାଶାୟୀ ଓ ଭିନ୍ନକ୍ଷମଙ୍କୁ ଘରେ ଦିଆଯିବ କୋଭିଡ୍ ଟିକା
–ବିଲ୍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ
-ଭୁବନେଶ୍ୱର : ଜୁନ ୧ ସକାଳ ୫ ଟା ; ଆଉ ୨ ସପ୍ତାହ ଯାଏଁ ତାଲାବନ୍ଦ ବୃଦ୍ଧି କଲେ ରାଜ୍ୟ ସରକାର
-ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ ; ଘନିଭୂତ ହୋଇ ନେଇପାରେ ବାତ୍ୟାର ରୂପ !
-ଭାରତୀୟ ନୌସେନା ଆରବସାଗରରୁ ସୃଷ୍ଟି ହୋଇଥିବା ତଉକତେ ବାତ୍ୟା କାରଣରୁ ସମୁଦ୍ରରେ ଅନିୟନ୍ତ୍ରିତ ହୋଇ ବୁଡିବାକୁ ଯାଉଥିବା ଜାହଜରୁ ପ୍ରାୟ ୧୪୬ ଜଣଙ୍କୁ ଉଦ୍ଧାର କରିଛନ୍ତି
-ବିଲ୍ ଗେଟ୍ସଙ୍କ ମତ- ଭାରତକୁ ଟିକା ପ୍ରସ୍ତୁତି ପଦ୍ଧତି ଦିଆଯିବା ଅନୁଚିତ
–ସୋନୁ ସୁଦଙ୍କ ନାଁରେ ଚାଲିଛି ନକଲି କୋଭିଡ଼୍-୧୯ ଦାନ ଅଭିଯାନ, ସତର୍କ କରାଇଲେ ଅଭିନେତା
– ଦେଶରେ ଦିନକରେ ୨,୬୩,୫୩୩ କରୋନା ଆକ୍ରାନ୍ତ ଚିହ୍ନଟ ; ୪,୩୨୯ ମୃତ
– ଦେଶରେ ଆଉ ୪ ଲକ୍ଷ ୨୨ ହଜାର ୪୩୬ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨, ଆରୋଗ୍ୟ ହାର ୮୫.୬୦%କୁ ବୃଦ୍ଧି
– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୩୨୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୭୮ ହଜାର ୭୧୯, ମୃତ୍ୟୁ ହାର ୧.୧୦%
– ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୫୩ ହଜାର ୭୬୫, ସକ୍ରିୟ ଆକ୍ରାନ୍ତ ହାର ୧୩.୨୯%
– ଦେଶରେ କୋଭିଡ ପ୍ରତିଷେଧକ ଟିକାକରଣ : ଟିକା ନେଲେଣି ୧୮କୋଟି ୪୪ ଲକ୍ଷ ୫୩ ହଜାର ୧୪୯
–ଗତ ୨୬ ଦିନ ମଧ୍ୟରେ ଓଡିଶା ପୁଲିସ ପ୍ରାୟ ୧୫,୯୧୩ ମେଟ୍ରିକ ଟନ ମେଡିକାଲ ଅମ୍ଳଜାନ ଥିବା ୮୬୮ ଟ୍ୟାଙ୍କରକୁ ୧୪ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପଠାଇଛି
ରାଉରକେଲାରେ କରୋନା ଶୃଙ୍ଖଳକୁ ଭାଙ୍ଗିବାକୁ ପ୍ରଶାସନର ତିନି ସୂତ୍ର –ପରୀକ୍ଷା , ପୃଥକୀକରଣ ଓ ତଦାରଖ ବ୍ୟବସ୍ଥା
–ରାଜ୍ୟରେ ଦିନକରେ ୧୦ ହଜାର ୩୨୧ ନୂଆ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୧୫୬୬, ମୋଟ ଆକ୍ରାନ୍ତ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨
– ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରେ ସଂଗରୋଧରୁ ୫,୭୭୯ ଓ ସ୍ଥାନୀୟ ଅଞ୍ଚଳରୁ ୪,୫୪୨
–ରାଜ୍ୟରେ ୯ ଜିଲାରୁ ଆଖି ବୁଜିଲେ ୨୨ କରୋନା ଆକ୍ରାନ୍ତ ; ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୩୫୭ରେ ପହଞ୍ଚିଲା
– ଭାରତୀୟ ଚିକିତ୍ସକ ସଂଘର ପୂର୍ବତନ ସଭାପତିଙ୍କ କୋଭିଡରେ ପରଲୋକ
– ଭାରତରେ ଗୋଟିଏ ଦିନରେ କରୋନା ନେଇଛି ୫୦ ଡାକ୍ତରଙ୍କ ଜୀବନ, ଦ୍ୱିତୀୟ ଲହରରେ ଗଲାଣି ୨୪୪ ଜଣ ଡାକ୍ତରଙ୍କ ଜୀବନ, ପ୍ରଥମ ପର୍ଯ୍ୟାୟ ସଂକ୍ରମଣରେ ୭୩୬ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା
– ଆସନ୍ତା ସପ୍ତାହରୁ କୋୱିନ ପୋର୍ଟାଲ ହିନ୍ଦୀ ଏବଂ ଅନ୍ୟ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ
– ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ, ଚଳିତ ବର୍ଷର ବିଷୟବସ୍ତୁ
– ସଂଗ୍ରହାଳୟଗୁଡିକର ଭବିଷ୍ୟତ: ପୁନରୁଦ୍ଧାର ଓ ପୁନଃପରିକଳ୍ପନା
– ଭାରତ ଓ ଦକ୍ଷିଣ ଆଫ୍ରିକା ପକ୍ଷରୁ କୋଭିଡ-୧୯ ଟିକା କ୍ଷେତ୍ରରେ କେତେକ ଅଧିକାର ବ୍ୟବସ୍ଥା ଛାଡ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ଚୀନର ସମର୍ଥନ
– ବିଶ୍ୱର ସମସ୍ତ ରାଷ୍ଟ୍ରକୁ ଆମେରିକା କୋଭିଡ ବିରୋଧୀ ମୁକାବିଲା ନିମନ୍ତେ ଆସନ୍ତା ଛଅ ସପ୍ତାହ ମଧ୍ୟରେ ୮୦ ନିୟୁତ କୋଭିଡ ଟିକା ଯୋଗାଇବ
Comments are closed.